Breaking PLUSଓଡ଼ିଶାଶିକ୍ଷା

ଫକୀର ମୋହନ ବିଶ୍ୱବିଦ୍ୟାଳୟକୁ ରାଜ୍ୟସ୍ତରରେ ନଂ-1 ଓ NAAC ତରଫରୁ A ଗ୍ରେଡର ମାନ୍ୟତା

ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟକୁ ପଛରେ ପକାଇ ନଂ-1 ମାନ୍ୟତ ମିଳିଛି ବାଲେଶ୍ୱରରେ ଥିବା ଫକୀର ମୋହନ ବିଶ୍ୱବିଦ୍ୟାଳୟ।  ଓଡିଶାର ତଥା ବାଲେଶ୍ଵରର ବହୁ ପୁରାତନ କଲେଜ ଫକୀର ମୋହନ ୟୁନିଭର୍ସିଟିକୁ ନାକ୍ ପକ୍ଷରୁ ଗ୍ରେଡ଼ ଏ-ୱାନ୍ ମାନ୍ୟତା ମିଳିଛି। ତେବେ ଏହି ସଫଳତାକୁ ନେଇ କଲେଜ କତୃପକ୍ଷ, ଛାତ୍ରଛାତ୍ରୀ ଓ ସମସ୍ତ କର୍ମଚାରୀ ମାନେ ବେଶ ଉତ୍ସାହିତ ହୋଇଛନ୍ତି ।

୩.୧୮ ସହ ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟଳୟ ମଧ୍ୟରୁ ସର୍ବ ଶ୍ରେଷ୍ଠ ହୋଇପାରିଛି ଫକୀର ମୋହନ ବିଶ୍ୱବିଦ୍ୟାଳୟ । 2016 ରେ ହୋଇଥିବା ନ୍ୟାକ୍ (NAAC) ତରଫରୁ ହୋଇଥିବା ସର୍ଭେର ପ୍ରଥମ ସାଇକେଲରେ ଏହି ବିଶ୍ୱ ବିଦ୍ଯାଳୟକୁ B+ ସ୍ତରରେ ମାନ୍ୟତା ମିଳିଥିଲା। ଆଉ ଏବେ ଅର୍ଥାତ 2023ରେ ହୋଇଥିବା ଦ୍ୱିତୀୟ ସାଇକେଲରେ ଏହି ବିଶ୍ୱବିଦ୍ୟାଳୟକୁ ନ୍ୟାକ୍ (NAAC) ତରଫରୁ A ମାନ୍ୟତା ଦିଆଯାଇଛି।

ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଗତ କିଛି ଦିନ ପୂର୍ବରୁ ଅନେକ ଉନ୍ନତିକରଣ କରାଯାଇଛି। ତେବେ ଉତ୍କଳ ବିଶ୍ୱ ବିଦ୍ୟାଳୟକୁ 3.16 ପଏଣ୍ଟରେ A ଗ୍ରେଡ ଦିଆଯାଇଥିବା ବେଳେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ 3.1 ପଏଣ୍ଟରେ A ଗ୍ରେଡ ମିଳିଥିଲା। ଖାଲି ଏତୁକି ନୁହେଁ 2016ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ 3.15 ପଏଣ୍ଟରେ A ଗ୍ରେଡ  ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ମଧ୍ୟ 3.15 ପଏଣ୍ଟ ସହ A ଗ୍ରେଡର ମାନ୍ୟତା ପାଇଥିଲା। ଏ ସବୁକୁ ପଛରେ ପକାଇ ବର୍ତ୍ତମାନ ଫକୀର ମୋହନ ବିଶ୍ୱବିଦ୍ୟାଳୟ 3.18 ପଏଣ୍ଟରେ A ଗ୍ରେଡର ମାନ୍ୟତା ରହିଛି।  ଭିତ୍ତିଭୂମି ଓ ଷ୍ଟୁଡେଣ୍ଟ ସପୋର୍ଟରେ ଆଗରେ ରହିଛି ଏହି କଲେଜ । ଗତ ୧୨ ତାରିଖରେ ନାକ୍ ପକ୍ଷରୁ ଏକ ଟିମ୍ କଲେଜ ପରିଦର୍ଶନ କରିବାକୁ ଆସିଥିଲେ 6 ଜଣିଆ ଟିମ୍। ତେବେ ଆଜି ଏହି ଏଫଏମ ୟୁନିଭର୍ସିଟିକୁ ଗ୍ରେଡ଼ ଏ-ୱାନ୍ ମାନ୍ୟତା ଘୋଷଣା କରିଛି ନ୍ୟାକ । ଚାଷୀଙ୍କ ଆର୍ଥିକ ଉନ୍ନତି ନିମନ୍ତେ ଗବେଷଣା କରାଯାଉଥିବା ଧାନ, ପାନ ଓ ମୀନ ନିମନ୍ତେ ବେଶ୍ ପ୍ରଶଂସା ମଧ୍ୟ ସାଉଁଟିଛି।

Show More

Related Articles

Back to top button