Breaking PLUSଅପରାଧ

ମୁମ୍ବାଇ ବିମାନ ବନ୍ଦରକୁ ବୋମାମାଡ଼ ପାଇଁ ଧମକ

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଖେଳିଯାଇଛି ଆତଙ୍କ । ସୃଷ୍ଟି ହୋଇଛି ଭୟର ବତାବରଣ । ଗତକାଲି ମୁମ୍ବାଇ ପୁଲିସ ଇମେଲ ମାଧ୍ୟମରେ ବିମାନବନ୍ଦରକୁ ବୋମା ମାଡ଼ କରିବାର ଧମକ ଦିଆଯିବା ପରେ ଏପରି ପରିସ୍ଥିତି ସୃଷ୍ଟିହୋଇଥିଲା। ମୁମ୍ବାଇ ଆନ୍ତର୍ଜାତୀୟ ବିମାନ ବନ୍ଦର ଟର୍ମିନାଲ-୨କୁ ବୋମାମାଡ଼ କରି ଉଡ଼ାଇଦେବାର ଧମକ ଦେଇଛି ଦୁର୍ବୃତ୍ତ ଜଣକ । ତୁରନ୍ତ ତାଙ୍କୁ ୧ ମିଲିଅନ ଡଲାର ବା ୧୦ ଲକ୍ଷ ଡଲାର ଦିଆ ନଗଲେ ଦୁର୍ବୃତ୍ତ ଜଣକ ଏପରି କରିବାକୁ ଧମକ ଦେଇଛନ୍ତି । ପୁଲିସ ର ସୂଚନା ଅନୁଯାୟୀ, ଗୁରୁବାର ଦିନ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୨ କୁ ବୋମା ଦେବାର ଧମକ ଦେଇ ଏକ ଇମେଲ ଆସିଛି। ଇମେଲ ପଠାଇଥିବା ବ୍ୟକ୍ତିଜଣକ ମୁମ୍ବାଇ ବିମାନବନ୍ଦରରେ ବିସ୍ଫୋରଣ କରିବାକୁ ଧମକ ଦେଇଛନ୍ତି । ତେବେ ଏହାକୁ ଅଟକାଇବା ପାଇଁ ୪୮ ଘଣ୍ଟା ମଧ୍ୟରେ ବିଟକଏନ ଆକାରରେ ୧ ମିଲିୟନ ଆମେରିକୀୟ ଡଲାର (୧ ମିଲିୟନ ଡଲାର) ଦାବି କରିଛନ୍ତି । ଗୁରୁବାର ଦିନ ମୁମ୍ବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (MIAL)ର ଫିଡବ୍ୟାକ୍ ଇନବକ୍ସକୁ ଏହି ମେଲ ପଠାଯାଇଛି। ଏହି ମେଲରେ ଲେଖାଯାଇଛି: ‘ବିଷୟ: ବିସ୍ଫୋରଣ।’ । ମେଲର ଟେକ୍ସଟରେ ଲେଖାଯାଇଛି- ଏହା ବିମାନ ବନ୍ଦର ପାଇଁ ଶେଷ ଚେତାବନୀ । ଯଦି ବିଟକଏନ ଆକାରରେ ଏକ ମିଲିୟନ ଡଲାର ଦିଆଯାଇଥିବା ଠିକଣାରେ ପଠାନଯାଏ ତେବେ ଆମେ ୪୮ ଘଣ୍ଟା ମଧ୍ୟରେ ଟର୍ମିନାଲ ୨ କୁ ବୋମାମାଡ଼ କରି ଉଡ଼ାଇଦେବୁ । ୨୪ ଘଣ୍ଟା ପରେ ଆମେ ଏ ନେଇ ଆଉ ଏକ ଚେତାବନୀ ଦେବୁ । ଏହି ଧମକପୂର୍ଣ୍ଣ ଇମେଲ ମେଲଆଇଡି- [email protected] ବ୍ୟବହାର କରି ପଠାଇଥିବା କହିଛି ପୁଲିସ । ପୁଲିସ ଏହି ସନ୍ଦିଗ୍ଧଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । ଏ ନେଇ ଅଧିକ ଅନୁସନ୍ଧାନ ଜାରି ରହିଛି ।

Show More

Related Articles

Back to top button