Breaking PLUSଓଡ଼ିଶାଦେଶ

ଭିଟାମାଟି ଅଭିମୁଖେ ସହିଦଙ୍କ ପାର୍ଥିବ ଶରୀର

ସିକ୍କିମ୍ ପ୍ରଳୟଙ୍କରୀ ବନ୍ୟାରେ ଜଣେ ଓଡ଼ିଆ ଯବାନ ସରୋଜ କୁମାର ଦାସ ସହିଦ ହୋଇଛନ୍ତି । ତାଙ୍କ ପାର୍ଥିବ ଶରୀର ଆଜି ଓଡି଼ଶା ଅଭିମୁଖେ ବାହାରିଛି । ଆଉ ଆଜି ସହିଦ ସରୋଜ କୁମାରଙ୍କ ପାର୍ଥିବ ଶରୀରର ଓଡି଼ଶାରେ ପହଞ୍ଚିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସରୋଜଙ୍କ ପାର୍ଥିବ ଶରୀର ସିକ୍କିମ୍ ରୁ ପ୍ରଥମେ ସିଧା ଭୁବନେଶ୍ୱର ଅଣାଯାଇ ତା’ପରେ ତାଙ୍କ ଜନ୍ମଭୂମି କାମାକ୍ଷାନଗରର କେନ୍ଦୁଢିପକୁ ଅଣାଯିବ। ଆଉ ସେଠାରୁ ସହିଦଙ୍କ ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରାରେ ନିଆଯିବ। ଏବଂ ଏହା ପରେ ପୂର୍ଣ୍ଣ ରାଷ୍ଟ୍ରିୟ ମର୍ଯ୍ୟଦା ସହ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଦିଘି ପଞ୍ଚାୟତ କେନ୍ଦୁଢିପ ଗାଁର ସରୋଜ କୁମାର ଦାସ୍ । ୨୦୧୨ ମସିହାରେ ସେନାରେ  ଇଏମଇ ଭାବରେ ନିଯୁକ୍ତି ପାଇଥିଲେ। ସେନାରେ ଚାକିରି କରିଥିବାରୁ ଖୁସ୍ ଖୁସିଥିଲେ ସରୋଜ୍। ଏ-ପରିକି ଗତ ୭ ମାସ ତଳେ ସରୋଜଙ୍କ ବିବାହ ହୋଇଥିଲା। ଆଉ ଶେଷ ଥର ପାଇଁ ସେ ଅଗଷ୍ଟ ମାସରେ ଘରକୁ ବୁଲିବାକୁ ଆସି ସେପ୍ଟେମ୍ବର ୬ ତାରିଖରେ ସିକ୍କିମ୍ କୁ ଡ୍ୟୁଟି ପାଇଁ ଯାଇଥିଲେ। ଆଉ ମଙ୍ଗଳବାର ରାତି ୧୦ଟାରେ ହାବିଲଦାର୍ ସରୋଜଙ୍କ ସହ ଶେଷଥର ପାଇଁ କଥା ହୋଇଥିଲେ ପରିବାର ଲୋକେ।  ଏଠି ପ୍ରବଳ ବର୍ଷା ହେଉଛି ଓ ଅନ୍ୟ ଯବାନଙ୍କ ସହ ସେ ଟ୍ରେନିଂ ସାରି ୟୁନିଟକୁ ଫେରୁଛନ୍ତି ବୋଲି ନିଜ ପରିବାର ଲୋକଙ୍କୁ କହିଥିଲେ। ପରଦିନ ସକାଳେ ଟିଭିରେ ସିକିମ ବନ୍ୟାରେ ଯବାନ ଭାସିଯାଇଥିବା ଖବର ଦେଖିଥିଲେ ପରିବାର ଲୋକେ। ଏହାପରେ ସେ ସରୋଜଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କ ଫୋନ୍ ବନ୍ଦ ଆସିଥିଲା । ଏନେଇ ପରିବାର ଲୋକେ ତାଙ୍କ ୟୁନିଟକୁ ଯୋଗାଯୋଗ କରିଥିଲେ। ପରେ ସେ ଜାଣିବାକୁ ପାଇଲେ ଯେ, ସରୋଜ୍ ସିକିମ୍ ବନ୍ୟାରେ ନିଖୋଜ ହୋଇଯାଇଛି।  ସୁରକ୍ଷିତ ଭାବେ ତାଙ୍କୁ ଉଦ୍ଧାର କରିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ ପରିବାର । କେବଳ ସେତିକି ନୁହେଁ, ସରୋଜ୍ ଙ୍କ ପାଇଁ ଗାଁରେ ସଂକିର୍ତ୍ତନ ମଧ୍ୟ କରାଯାଇଥିଲା। କିନ୍ତୁ ଆଜି ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଭିଡିଓ କଲ୍ ଯୋଗେ ପରିବାର ତାଙ୍କ ମୃତଦେହକୁ ମଧ୍ୟ ଚିହ୍ନଟ କରିଛନ୍ତି।

Show More

Related Articles

Back to top button