Breaking PLUSଅପରାଧଓଡ଼ିଶାମୁଖ୍ୟ ଖବର

ଭଉଣୀକୁ ହତ୍ୟା କରି ପୋଲିସ ନିକଟରେ ଆତ୍ମ ସମର୍ପଣ କଲା ଭାଇ

ନିଜକୁ ସୁରକ୍ଷା ଦେବା ପାଇଁ ଭଉଣୀ ଭାଇ ହାତରେ ପ୍ରତିବର୍ଷ ରାଖୀ ବାନ୍ଧିଥାଏ। ଭାଇ ମଧ୍ୟ ନିଜ ଭଉଣୀକୁ ସୁରକ୍ଷା ଦେବା ପାଇଁ କଥା ଦେଇଥାଏ।  ପ୍ରତିବର୍ଷ ଯେଉଁ ହାତରେ ଭଉଣୀ ରାକ୍ଷୀ ପିନ୍ଧାଉଥିଲା, ସାମାନ୍ୟ କେତେଟା ପଇସା ପାଇଁ  ଆଜି ସେହି ଭଉଣୀକୁ ଗୁଳି ହତ୍ୟା କରିଛି ଜଣେ ଭାଇ। ଏପରି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ସମଗିରି ଗାଁରେ। ଭଉଣୀକୁ ମାରିବା ପରେ ଅଭିଯୁକ୍ତ ଭାଇ ପ୍ରସନ୍ନ ବାରିକ ଥାନାରେ ଆତ୍ମସର୍ମପଣ କରିଛି। ସୂଚନା ଅନୁଯାଇ ପ୍ରସନ୍ନ ଏକ ସକ୍ୟୁଟିରି ସଂସ୍ଥାର ଗନ୍‌ ମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିଲା। ସେ ଯାହା ଦରମା ପାଇଥାଏ ନିଜ ସ୍ତ୍ରୀ ଓ ନିଜର ବଡ଼ ଭଉଣୀକୁ ଦେଇଥାଏ। ତବେ ପ୍ରସନ୍ନ ବଡ଼ ଭଉଣୀର ବିବାହ ହୋଇନଥିଲା। ସେ ନିଜର ଭାଇ ଓ ଭାଉଜଙ୍କ ପାଖରେ ରହୁଥିଲେ। ଆଜି ସକାଳେ ପ୍ରସନ୍ନ ଅସୁସ୍ଥ ଅନୁଭବ କରିଥିଲେ। ମେଡିସିନ ଆଣିବାକୁ ଭଉଣୀକୁ ପଇସା ମାଗିଥିଲେ। ସ୍ତ୍ରୀ ବାପଘରକୁ ଯାଇଥିବାବେଳେ ପ୍ରସନ୍ନ ନିଜ ଭଉଣୀକୁ ପଇସା ମାଗିଥିଲେ। ହେଲେ ତାଙ୍କ ଭଉଣୀ ପଇସା ଦେଇନଥିଲେ। ନିଜ ସ୍ତ୍ରୀକୁ ପଇସା ମାଗ ବୋଲି ପ୍ରସନ୍ନଙ୍କୁ କହିଥିଲେ। ଭଉଣୀର ଗୋଟିଏ ପଦରେ କଥା ପ୍ରସନ୍ନଙ୍କ ମୁଣ୍ଡକୁ ରାଗ ଚଢ଼ି ଯାଇଥିଲା। ନିଜ ପାଖରେ ଥିବା  ଲାଇସେନ୍ସପ୍ରାପ୍ତ ବନ୍ଧୁକ ଆଣି ଭଉଣୀକୁ ଗୁଳି କରି ହତ୍ୟା କରିଥିଲେ। ପରେ ପୁଲିସକୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ପ୍ରସନ୍ନକୁ ଥାନାରେ ଅଟକ ରଖଛି। ଏହା ସହ ପରିବାର ଲୋକଙ୍କୁ ଘଟଣାସମ୍ପର୍କରେ ପଚରାଉଚରା କରିଛି ଓ ଘଟଣାର ତଦନ୍ତ କରିବା ଆରମ୍ଭ କରିଦେଇଛି।

Show More

Related Articles

Back to top button