Breaking PLUSଦେଶ ବିଦେଶମୁଖ୍ୟ ଖବର

ପ୍ରଧାନମନ୍ତ୍ରୀ ଦୌଡରେ ପଛରେ ପଡିଲେ ଜଷ୍ଟିନ୍ ଟ୍ରୁଡୋ

ଖଲିସ୍ତାନୀଙ୍କ ହତ୍ୟାକୁ ନେଇ ଭାରତ ଉପରେ ଦୋଷ ଲଦିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ପାଇଁ ଖରାପ ଖବର । କାରଣ ଆଗକୁ କାନାଡାରେ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ତାଙ୍କ ବିରୋଧରେ ଉଠିଛି ଜନତାଙ୍କ ସ୍ୱର । ପ୍ରଧାନମନ୍ତ୍ରୀ ପଦ ପାଇଁ ଟ୍ରୁଡୋ ଆଉ ଲୋକଙ୍କ ଭାଜନ ନୁହଁନ୍ତି ବୋଲି ଏକ ପ୍ରାଥମିକ ଗଣମାଧ୍ୟମ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି । ନର୍ବାଚନ ପୂର୍ବରୁ କାନାଡା ଗଣମାଧ୍ୟମ ଦ୍ୱାରା ହୋଇଥିବା ସର୍ଭେ ଅନୁସାରେ, ପ୍ରଧାନମନ୍ତ୍ରୀ ରେସରେ ପଛରେ ପଡିଛନ୍ତି ଟ୍ରୁଡୋ । ସର୍ଭେ ମୁତାବକ, କାନାଡାର ଲୋକେ ଆଉ ପ୍ରଧାନମନ୍ତ୍ରୀ ପଦରେ ଟ୍ର୍ରୁୁଡୋଙ୍କୁ ଦେଖିବାକୁ ଚାହୁଁନାହାଁନ୍ତି ବରଂ ଏହି ପଦରେ ସେମାନେ ବିରୋଧୀ ନେତା ପିୟରେ ପୋଇଲିବରେଙ୍କୁ ଦେଖିବାକୁ ଚାହୁଁଛନ୍ତି । କାରଣ ସର୍ଭେ ପୋଲରେ ପିୟରେଙ୍କୁ ୩୯ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଥିବାବେଳେ ଜଷ୍ଟିନ୍ ଟ୍ରୁଡୋଙ୍କୁ ମାତ୍ର ୩୦ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି ।

Show More

Related Articles

Back to top button