ଓଡ଼ିଆ ଗଳ୍ପସ୍ୱତନ୍ତ୍ର

ପରକୀୟା ପୀରତି

ରଙ୍ଗି ବୋଉ ଗଲା ରଙ୍ଗ ଵାଲା ସାଙ୍ଗେ
ଏଫାର ଟା ନାଇଁ ଫାଣ୍ଡି ରେ,
ସାହି ମାଇପେ ଯେ ଟୁପୁରୁ ଟାପୁର
କହୁଛି ଉକୁଣୀ ମୁଣ୍ଡୀ ରେ l

ଧୋବଣୀ ଗଲାଣି କେଉଟ ସାଙ୍ଗରେ
ଡ଼ଙ୍ଗା ଚାଲୁ ନାଇଁ ଘାଟ ରେ,
ହାଟ ରେ ଗଡିକି କଥା ପଡ଼ିଲାଇଁ
ପାଖ ଗାଆଁ ହାଟ ଘାଟ ରେ l

ମାମାଲି ବୋଉର ହାର୍ଟ କୁ ଛୁଇଁଲା
ମାମାଲି ଟ୍ୟୁସନ ସାଆର,
ଶନିବାର ଦିନ ଝିଅ ଛୁଟି ପରେ
ଦେଖା ତ ମିଳୁନି ମାଆ ର l

ଫୌଜୀ ମଉଜି ଗଉରା ମାଇପ
ତିନିଟା ଛୁଆର ମାତା,
ତିନି ମାସ ହେଲା ଟୁକୁନା ବରାଳ
ସାଙ୍ଗ ରେ ସିଏ ଲାପତା l

ନାରୀ ମାୟା ତୁମେ ଜାଣ ନାରାୟଣ
କାହାକୁ କିଏସେ ରସିଲା,
ପତି ପିଲା ଛୁଆ ଘର ପରିବାର
ବିଷପିତା ପରି ନାଗିଲା l

ଆଣ୍ଠୁ ରେ ଯା ବୁଦ୍ଧି ସେ କାହୁଁ ଚିନ୍ତିବ
ପରିଣାମ କଥା ଭାବିବ,
ନେଡି ଗୁଡ଼ ଯାଇଁ କହୁଣୀ ଛୁଇଁଲେ
ବେକ କୁ ଦଉଡି ଖୋଜିବ l

ପରକୀୟା ପ୍ରୀତି ନିଜର ହିଁ କ୍ଷତି
ମନ ରେ ଆଣଇ ଭିତି,
ଶୁଣ୍ଢ ଦିଶେ ନାଇଁ କୁଣ୍ଢ ପାଏ ନାଇଁ
ବାୟୁ ନିଷ୍କାସଇ ହାତୀ l

ସଂଯମ ସରଳ ସୁନୀତି ରେ ବ୍ରତୀ
ରହୁ ଯେତେ ନାରୀ ଜାତି,
ଘର ପରିବାର ଗ୍ରାମ ଦେଶ ପ୍ରୀତି
ପ୍ରଭୁ ପାଦେ ଥାଉ ଭକ୍ତି l

ଲେଖା :ଦିଲ୍ଲୀପ ଶତପଥୀ

Show More

Related Articles

Back to top button