ଓଡ଼ିଶା

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ଫର୍ଣ୍ଣିଚର ଦୋକାନ,ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ଫର୍ଣ୍ଣିଚର ଦୋକାନ । ଏଭଳି ଦୂର୍ଘଟଣା ଘଟିଛି ଭୁବନେଶ୍ଵର ଜଗନ୍ନାଥ ନଗରରେ ଥିବା ଏକ ଫର୍ଣ୍ଣିଚର ଦୋକାନରେ । ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ମିଳିଥିବା ସୂଚନା ଅନୁଯାୟୀ,ମଙ୍ଗଳବାର ଭୋର୍ ୪ଟା ବେଳେ ଭୁବନେଶ୍ଵର ଜଗନ୍ନାଥ ନଗରରେ ଥିବା ଏକ ଫର୍ଣ୍ଣିଚର ଦୋକାନରେ ହଠାତ୍ ନିଆଁ ଲାଗି ଯାଇଥିଲା। ଫଳରେ ଅନେକ ମୂଲ୍ୟବାନ ସମ୍ପତ୍ତି ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

 

 

Show More

Related Articles

Back to top button