ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଧଳା ଆମ୍ବ ର ଉପକାରିତା

ସାଧରତଃ ଆମ୍ବ ଖାଇବାକୁ ସମସ୍ତଙ୍କୁ ପସନ୍ଦ ଲାଗେ । କିନ୍ତୁ ଏହି ଫଳ ବେଶୀ କରି ଗ୍ରୀଷ୍ମ ଋତୁ ରେ ଫଳିଥାଏ। ଆମ୍ବ ତ ବିଭିନ୍ନ ପ୍ରକାରର ଥାଏ କିନ୍ତୁ ଆପଣମାନେ ଧଳା ଆମ୍ବ ଖାଉଛନ୍ତି କି ?ଏହି ଧଳା ଆମ୍ବ ବାଣୀ ନାମରେ ଜଣାଶୁଣା । ଏବେ ଧୀରେ ଧୀରେ ଏହି ଫଳ ର ଲୋକ ଚାହିଦା ବୃଦ୍ଧି ପାଉଛି ।

ଏହାର ମୁଖ୍ୟ ବିଶେଷତ୍ତ୍ୱ ହେଉଛି ଏହା କେବଳ ସ୍ଵାଦ ରେ ନୁହେଁ ବରଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ । ଆମେ ଏହି ସମସ୍ତ ସୁବିଧା ବିଷୟରେ ଜାଣିବା ।
(୧)ଆଜିକାଲି ର ଲୋକ ମାନଙ୍କ ର ମୁଖ୍ୟ ରୋଗ ସାଜିଛି କର୍କଟ ରୋଗ । ଏପରି ପରିସ୍ଥିତି ରେ ଆପଣ ଧଳା ଆମ୍ବ ଖାଇ କର୍ଟକ ରୋଗ ର ଆଶଙ୍କା ଦୂର କରିପାରିବେ । କାରଣ ଧଳା ଆମ୍ବ ରେ ଥିବା ଆଣ୍ଟିଅକ୍ସିଡ଼ାନ୍ଟ ଭରପୁର ରହିଥାଏ । ଯାହା କର୍କଟ ରୋଗରୁ ରକ୍ଷା କରିଥାଏ ।
(୨)ଭିଟାମିନ C ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ଏହି ଧଳା ଆମ୍ବ ରେ ଭିଟାମିନ C ରହିଥାଏ।ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଧଳା ଆମ୍ବ ଆପଣଙ୍କୁ ସୁସ୍ଥ ଚର୍ମ ବଜାୟ ରଖିବା ରେ ସାହାଯ୍ୟ କରେ ଏବଂ ଶରୀରକୁ ହାଇଡ୍ରେଟେଡ୍ ରଖିବା ସହ ସୁସ୍ଥ ରଖିଥାଏ।


(୩) ଆହୁରି ମଧ୍ୟ ଧଳା ଆମ୍ବ ଖାଇବା ଦ୍ଵାରା ହଜମ କ୍ରିୟା ଠିକ୍ ଭାବେ ହୋଇଥାଏ । ହଜମ କ୍ରିୟା ଠିକ୍ ହେବା ଦ୍ଵାରା ଅନେକ ରୋଗ ମଧ୍ୟ ଏଡାଇ ଦିଆଯାଇ ପାରେ। ଏଥିରେ ଥିବା ଫାଇବର ହଜମ କ୍ରିୟା କୁ ବଜାୟ ରଖିବା ରେ ସାହାଯ୍ୟ କରିଥାଏ । କୋଷ୍ଠକଠିନ୍ୟ ରେ ପୀଡ଼ିତ ବ୍ୟକ୍ତି ଙ୍କ ପାଇଁ ମଧ୍ୟ ଧଳା ଆମ୍ବ ଏକ ଉପଯୁକ୍ତ ସମାଧାନ ।
(୪)ଏହା ଆଖି ପାଇଁ ବହୁତ ଭଲ ଅଟେ। ବିଟା କ୍ୟାରୋଟିନ ଧଳା ଆମ୍ବ ରେ ମିଳିଥାଏ ଯାହାକୁ ପ୍ରୋ ଭିଟାମିନ ମଧ୍ୟ କୁହାଯାଏ । ଏହି ଭିଟାମିନ ରାତିର ଅନ୍ଧତ୍ବ ସମସ୍ୟା ରୁ ମଧ୍ୟ ରକ୍ଷା କରିପାରିବ ।
(୫) ଧଳା ଆମ୍ବ ଖାଇବା ଦ୍ଵାରା ଫୁସଫୁସ ର କ୍ଷମତା କୁ ବଢ଼ାଇଥାଏ ଏବଂ ଆଜମା ଭଳି ଶ୍ୱାସକ୍ରିୟା ରୁ ମୁକ୍ତି ଦେଇଥାଏ ।

Show More

Related Articles

Back to top button