Breaking PLUSଦେଶ ବିଦେଶ

ଗାଜାରେ ମିସାଇଲ୍ ଆଟାକ୍ ୭୦୦ ଜଣଙ୍କ ମୃତ୍ୟୁ

ହମାସ-ଇସ୍ରାଏଲ ମହାଯୁଦ୍ଧରେ ହୋଇଥିବା ଯୁଦ୍ଧବିରାମର ସମୟ ଶେଷ ହାଇଯାଇଛି । ଯୁଦ୍ଧ ବିରାମ ଶେଷ ହେବା ମାତ୍ରେ ଗାଜାରେ ପୁଣିତରେ ଆରମ୍ଭ ହୋଇଛି ବିଧ୍ୱଂସୀ ଲୀଳା । ଏକ ସପ୍ତାହର ଯୁଦ୍ଧ ବିରାମ ଚୁକ୍ତି ସରିବା ପରେ ଇସ୍ରାଏଲ ପୁଣିଥରେ ମିସାଇଲ ଆକ୍ରମଣ ଆରମ୍ଭ କରିଛି । ଗାଜା ଉପରେ ଶନିବାର ଏବଂ ରବିବାରର ନିର୍ଦ୍ଧୁମ ମିସାଇଲ ଆଟାକରେ ପ୍ରାୟ ୭୦୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । ବର୍ତ୍ତମାନ ପରିସ୍ଥିତିରେ ଗାଜାର କୌଣସି ଅଞ୍ଚଳରେ ବି ସୁରକ୍ଷିତ ରହିବା ସମ୍ଭବ ନୁହେଁ ବୋଲି କହିଛନ୍ତି ବିଭିନ୍ନ ଏଜେନ୍ସି । ସୂଚନା ଅନୁସାରେ, ଗାଜାରେ ବର୍ତ୍ତମାନ ଉତ୍ତର ଏବଂ ଦକ୍ଷିଣ ଉଭୟ ପାଶ୍ୱର୍ରୁ ଆକ୍ରମଣ କରିବାରେ ଲାଗିଛି ଇସ୍ରାଏଲ । ସପ୍ତାହର ଶେଷ ୨ ଦିନରେ ଇସ୍ରାଏଲର ସୈନିକ ଗାଜା ଉପରେ ଖୁବ ମିସାଇଲ ଆକ୍ରମଣ କରିଛନ୍ତି । ଫଳରେ ଏହି ଦୁଇ ଦିନରେ ଗାଜାର ପ୍ରାୟ ୭୦୦ ଲୋକ ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି । ତେବେ ଇସ୍ରାଏଲ ଆକ୍ରମଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୮୦ ମେଡିକାଲ କର୍ମଚାରୀଙ୍କ ସମେତ ମୋଟ ୧୫,୦୦୦ରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି । ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ମହାଯୁଦ୍ଧରେ ବନ୍ଦୀଙ୍କୁ ସ୍ଥାନାନ୍ତର କରିବା ପାଇଁ ଉଭୟ ଦେଶ ମଧ୍ୟରେ ଏ ସପ୍ତାହର ଯୁଦ୍ଧ ବିରାମ ଚୁକ୍ତି ହୋଇଥିଲା । ତେବେ ଏହି ସମୟ ଶେଷ ହେବା ପରେ ପୁଣିଥରେ ହିଂସ୍ର ରୂପ ନେଇଛି ଇସ୍ରାଏଲ । ଏ ନେଇ ମିଳିତ ଜାତିସଂଘ ମାନବ ଅଧିକାର ଆୟୋଗ କହିଛି ଯେ, ବର୍ତ୍ତମାନ ଗାଜାରେ କୌଣସି ସ୍ଥାନ ବାକି ନାହିଁ ଯେଉଁଠାରେ ଲୋକମାନେ ଆଶ୍ରୟ ନେଇପାରିବେ । ଗାଜାର ଜବାଲିଆ ଅଞ୍ଚଳରେ ଏକ ମହଲା କୋଠା ଉପରେ ମଧ୍ୟ ଇସ୍ରାଏଲ ଆକ୍ରମଣ କରିଛି। ଶରଣାର୍ଥୀମାନେ ଏହି ବିଲଡିଂରେ ରହିଥିଲେ। ତେବେ ଏହି ଆକ୍ରମଣରେ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି । ଜାତିସଂଘର ଆକଳନ ଅନୁଯାୟୀ ଗାଜାର ଜନସଂଖ୍ୟାର ୭୫ଶତକଡା ଅର୍ଥାତ୍ ୧୮ ଲକ୍ଷ ଲୋକ ଏଠାରୁ ପଳାୟନ କରିଛନ୍ତି । ଯେଉଁ କାରଣରୁ ଲୋକମାନେ ଖାଦ୍ୟ, ବାସଗୃହ ଏବଂ ପାନୀୟ ଭଳି ବିଭିନ୍ନ ସମସ୍ୟା ସମ୍ମୁଖୀନ ହେଉଛନ୍ତି ।

Show More

Related Articles

Back to top button