ଜୀବନଚର୍ଯ୍ୟା

କିଭଳି ବେଶୀ ଦିନ ବ୍ୟବହାର କରିବେ ଇନଭର୍ଟର

ସାଧାରଣତଃ ଘରେ ଘରେ  ପ୍ରାୟ ସମସ୍ତେ ଇନଭର୍ଟର୍ ବ୍ୟବହାର କରୁଛନ୍ତି । ବିଦ୍ୟୁତି ସରବରାହରେ ସମସ୍ୟା ହେଲେ ଇନଭର୍ଟରର୍ ଆବଶ୍ୟକତା ପଡିଥାଏ । ଏଥିପାଇଁ ବିଶେଷ ଟଙ୍କା ଖର୍ଚ୍ଚ କରିବାକୁ ପଡେନି । ତେଣୁ ପ୍ରାୟ ସମସ୍ତେ ଏହାକୁ ବ୍ୟବହାର କରୁଛନ୍ତି । କିନ୍ତୁ ଇନଭର୍ଟରର ରକ୍ଷଣାବେକ୍ଷଣ ନକଲେ ତାହା ଜଲଦି ଖରାପ ହୋଇଯାଇଥାଏ । ଅନେକ ଲୋକ ଏହାକୁ ନେଇ ଅଭିଯୋଗ ମଧ୍ୟ କରିଥାନ୍ତି ଯେ, ତାଙ୍କ ଇନଭର୍ଟର ମାତ୍ର ୬ ମାସ କି ବର୍ଷକ ମଧ୍ୟରେ ଖରାପ ହୋଇଗଲା । ଆଉ ମରାମତି କରିବା ପାଇଁ ମଧ୍ୟ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ତେବେ ସଠିକ୍ ଭାବେ ଯତ୍ନ ନେଲେ ଘରେ ଲଗାଇଥିବା ଇନଭର୍ଟର ଅ୍ରଧିକ ଦିନ ଲାଷ୍ଟିଂ କରିବ ।ତେବେ ଇନଭର୍ଟର ଅଧିକ ଦିନ ବ୍ୟବହାଯୋଗ୍ୟ ହେଉ ସେଥିପାଇଁ ଆପଣଙ୍କୁ କିଛି ନିୟମ ମାନିବାକୁ ପଡିବ ।
1.ସମୟ ସମୟରେ ବ୍ୟାଟେରୀ ଜଳ ପରିବର୍ତ୍ତନ:
ଇନଭର୍ଟର ବ୍ୟାଟେରୀର ଜଳକୁ କିଛି ମାସ ମଧ୍ୟରେ ପରିବର୍ତ୍ତନ କରିବାକୁ ପଡିଥାଏ। ଯଦି ଏହା କରା ନ ଯାଏ ତେବେ ଇନଭର୍ଟର ବ୍ୟାଟେରୀ ପୋଡିଯାଏ । ଯଦି ବ୍ୟାଟେରୀ ନଷ୍ଟ ହୋଇଯାଏ, ତେବେ ଆପଣଙ୍କୁ ନୂଆ ବ୍ୟାଟେରୀ ଲଗାଇବାକୁ ପଡିଥାଏ । ନଚେତ୍ ଆପଣଙ୍କର ଇନଭର୍ଟର ବନ୍ଦ ହୋଇଯିବ। ସମୟ ସମୟରେ ବ୍ୟାଟେରୀରେ ପଡୁଥିବା ଡିଷ୍ଟିଲଡ୍ ଓ୍ବାଟର୍ (ବ୍ୟାଟେରୀ ବ୍ୟବହାର ହେଉଥିବା ପାଣି) ବଦଳାଇବାକୁ ପଡିବ।
2.ଭେଣ୍ଟିଲେସନ୍‌ ସୁବିଧା ରଖନ୍ତୁ:
ଇନଭର୍ଟର ରଖୁଥିବା ସ୍ଥାନରେ ପବନ ବାଜୁଥିବ ଆବଶ୍ୟକ । ଅର୍ଥାତ୍ ସେଠାରେ ଭେଣ୍ଟିଲେସନ୍ ସୁବିଧା ଦରକାର । ବ୍ୟାଟେରୀ ଅଧିକ ଗରମ ହୋଇଗଲେ ସେତେବେଳେ ଭେଣ୍ଟିଲେସନ୍‌ର ଆବଶ୍ୟକତା ପଡିଥାଏ। ଇନଭର୍ଟର ବ୍ୟାଟେରୀକୁ ଥଣ୍ଡା ରଖିବା ପାଇଁ, ଏହା ଭେଣ୍ଟିଲେସନ୍ ଆବଶ୍ୟକ କରେ। ତେଣୁ ଧ୍ୟାନ ରଖନ୍ତୁ ଇନଭର୍ଟର ରହୁଥିବା ସ୍ଥାନରେ ଯେପରି କୌଣସି କାନ୍ଥ ଆବଦ୍ଧ କରି ନରହିବ । ଖୋଲା ସ୍ଥାନରେ ରଖିଲେ ଇନଭର୍ଟର ଥଣ୍ଡା ରହିବ ଏବଂ ଅଧିକ ଦିନ ଲାଷ୍ଟିଂ କରିବ।
3.ଧୂଳିରୁ ରକ୍ଷା:
ଆପଣ ହୁଏତ ଏହା ବିଷୟରେ ମଧ୍ୟ ଅବଗତ ନଥିବେ କିନ୍ତୁ ଧୂଳି ଏବଂ ମଇଳା ଆପଣଙ୍କ ଇନଭର୍ଟରକୁ ନଷ୍ଟ କରିଦିଏ । ଅଧିକ ଧୂଳି ଉଡୁଥିବା ସ୍ଥାନରେ ଇନଭର୍ଟର ରଖିଲେ ଭିତରେ ଲାଗିଥିବା ଇଲେକ୍ଟ୍ରୋନିକ୍ସ ଉପକରଣରେ ଜଲଦି ଖରାପ ହୋଇଯାଇଥାଏ । ତେଣୁ ଧୂଳି ଉଡୁନଥିବା ସ୍ଥାନରେ ଇନଭର୍ଟର ରଖିବା ଉଚିତ । ଫଳରେ ଏହା ଅଧିକ ଦିନ ଲାଷ୍ଟିଂ କରିବ । ।
4.ପାଣିରୁ ଦୂରେଇ ରଖିବା ଉଚିତ:
ଯଦି ଆପଣ ଇନଭର୍ଟର ଅଧିକ ଦିନ ଲାଷ୍ଟିଂ କରୁ ବୋଲି ଚାହୁଁଛନ୍ତି ତେବେ ଏହାକୁ ଯଥାସମ୍ଭବ ପାଣି ସ୍ପର୍ଶ ଠାରୁ ଦୂରେଇ ରଖନ୍ତୁ । କାରଣ ପାଣି ସଂସ୍ପର୍ଶରେ ଆସିବା ଦ୍ବାରା ଏହାର ଓ୍ବାୟରିଙ୍ଗକୁ ଖରାପ କରିଦେଇଥାଏ। ଏହା ସହିତ ଇନଭର୍ଟରର ମେଟାଲ ପାର୍ଟକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ତେଣୁ ପାଣି ଠାରୁ ଦୂରେଇ ରଖିଲେ ଇନଭର୍ଟର ଅଧିକ ଦିନ ଲାଷ୍ଟିଂ କରିବ।
Show More

Related Articles

Back to top button