Breaking PLUSଦେଶ

ଇସ୍କନ ଉପରେ ଅଭିଯୋଗ ଆଣିଲେ ବିଜେପି ସାଂସଦ ମେନକା ଗାନ୍ଧି

ନୂଆଦିଲ୍ଲୀ: ଇସ୍କନ ଅର୍ଥାତ୍ ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ କ୍ରିଷ୍ଣା କନସସନେସ୍ ଉପରେ ଭାରତୀୟ ଜନତା ପାର୍ଟି ସାଂସଦ ମେନକା ଗାନ୍ଧୀ ଏକ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ସେ କହିଛନ୍ତି ଇସ୍କନରେ ବଡ ମାତ୍ରାରେ ଧୋକାଦାରୀ ହେଉଛି । ଏଠାରେ ଗାଈମାନଙ୍କୁ ଗୋଶାଳାରୁ ବାହାର କରି ନିଆଯାଇ କଂସେଇଙ୍କୁ ବିକ୍ରୀ କରି ଦିଆଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ଅନ୍ୟପକ୍ଷରେ ଇସ୍କନ ଏହି ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ପଶୁମାନଙ୍କ ଅଧିକାର କ୍ଷେତ୍ରରେ ଲଗାତର ସକ୍ରିୟ ରହି ଆସିଛନ୍ତି । ସେ ଅଭିଯୋଗ ଲଗାଇଛନ୍ତି ଯେ ଇସ୍କନ ଦେଶରେ ସବୁଠାରୁ ବଡ ଧୋକା । ଏହା ଗୋଶାଳା ଗଠନ କରିବା ସହ ବଡ ବଡ ଜମି ସହ ସରକାରଙ୍କ ଠାରୁ ବହୁ ଲାଭ ହାସଲ କରୁଛି । ମେନକାଙ୍କ ଏପରି ବୟାନର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିିଛି । ଏକ ଘରୋଅ ମିଡିଆ ରିପୋର୍ଟ ଅନୁସାରେ ବିଜେପି ସାଂସଦ ମେନକା ଗାନ୍ଧୀ ଆନ୍ଧ୍ରପ୍ରଦେଶରେ ଥିବା ଗୋଶାଳାର ଉଦାହରଣ ଦେଇଛନ୍ତି । ସେ ଆନ୍ଧ୍ରର ଅନନ୍ତପୁରଠାରେ ଥିବା ଗୋଶାଳାକୁ ଯାଇଥିଲେ ଓ ସେଠାରେ ଦେଖିଥିଲେ ପ୍ରାୟ ସବୁ ଗାଈ କ୍ଷୀର ଦେଉଛନ୍ତି । କିନ୍ତୁ ସେଠାରେ କୌଣସି ବାଛୁରୀ ଥିବାର ସେ ଦେଖିବାକୁ ପାଇ ନ ଥିଲେ । ଏହାର ଅର୍ଥ ସବୁ ବାଛୁରୀଙ୍କୁ ବିକ୍ରୀ କରି ଦିଆଯାଇଛି ବୋଲି ସେ କହିଛନ୍ତି । ତେବେ ସେ ଅଭିଯୋଗ ଲଗାଇଛନ୍ତି ଇସ୍କନ ନିଜର ଗାଈଙ୍କୁ କଂସେଇକୁ ବିକ୍ରୀ କରି ଦେଉଛି । ଏମାନେ ଏହି ଆଶ୍ରମରେ ବସି କିଛି କାମ କରୁନାହାନ୍ତି କେବଳ ରାସ୍ତା ଉପରେ ବୁଲି ବୁଲି ହରେ କୃଷ୍ଣ ହରେ ରାମ ଗାଉଛନ୍ତି । ଆଉ ଏମାନଙ୍କ ପୁରା ଜୀବନ କ୍ଷୀର ଉପରେ ନିର୍ଭର କରୁଛି । ଏମାନଙ୍କ ପରି କେହିବି ଏତେ ଗାଈ କଂସେଇ ହାତକୁ ଟେକି ଦେଉନାହାନ୍ତି ।

ତେବେ ମେନକା ଗାନ୍ଧୀଙ୍କ ଗତ କିଛିଦିନ ତଳେ ଏକ ସାକ୍ଷାତକାରରେ ଏହିପରି ବୟାନ ରଖିଛନ୍ତି । ଶୁଣିବାକୁ ମିଳୁଛି ଯେ ମା’ କ୍ଷୀର ଉପରେ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରୁଥିବା ଡା. ହର୍ଷା ଆତ୍ମକୁରୀ ମେନକା ଗାନ୍ଧୀଙ୍କ ସହ ଆଲୋଚନା କରିବା ସମୟରେ ସେ ଏପରି ବୟାନ ରଖିଛନ୍ତି ।

Show More

Related Articles

Back to top button