Breaking PLUSଓଡ଼ିଶାମୁଖ୍ୟ ଖବର

28 ବର୍ଷ ଜେଲରେ ସଜ୍ଜା କାଟିବା ପରେ ନିର୍ଦ୍ଦୋଷରେ ଖଲାସ

ଲସଏଞ୍ଜେଲେସ- ବିଳମ୍ବିତ ନ୍ୟାୟ ନ୍ୟାୟ ନୁହେଁ । ଜେଲରେ 28 ବର୍ଷ କାଟିବା ପରେ ପ୍ରମାଣିତ ହେଲେ ନିର୍ଦ୍ଦୋଷ । ଏହାପରେ ତାଙ୍କୁ ଖଲାସ କରାଯାଇଛି । ଏଭଳି ଘଟଣା ଘଟିଛି ଆମେରିକାର କାଲିଫର୍ଣ୍ଣିଆରେ । କାଲିଫର୍ଣ୍ଣିଆରେ ଗେରାର୍ଡୋ କ୍ୟାବନିଲାସ ଜେଲରେ 28 ବର୍ଷ ସଜ୍ଜା କାଟିଛନ୍ତି । ଆଉ ଏବେ ସେ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇଛନ୍ତି । ଏହାପରେ ଲସଏଞ୍ଜେଲସର କୋର୍ଟ ତାଙ୍କୁ ଜେଲରୁ ଖଲାସ କରିଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ 30 ବର୍ଷ ପୂର୍ବେ ଅପହରଣ, ଡକାୟତି ଏବଂ ଦୁଷ୍କର୍ମର ଅଭିଯୋଗ ରହିଥିଲା ।

1995 ମସିହାରେ ସାଉଥ୍ ଗେଟ୍ ସିଟିରେ ଏକ ପାର୍କିଂ କାରରେ ବସିଥିବା ଦମ୍ପତିଙ୍କ ଉପରେ ଆକ୍ରମଣ ହୋଇଥିଲା । ତେବେ ଡିଏନଏ ପରୀକ୍ଷା ଯୋଗୁ ଅଭିଯୁକ୍ତ ଗେରାର୍ଡୋ କ୍ୟାବନିଲାସ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ । ତେବେ ଏହି ମାମଲାର ପୁନଃ ଯାଞ୍ଚ ସମୟରେ ସେ ନିର୍ଦ୍ଦୋଷ ବୋଲି ଜଣାପଡିଥିଲା । ଏହାପରେ ଗତ ସପ୍ତାହରେ ବିଚାରପତି ଗେରାର୍ଡୋ କ୍ୟାବନିଲାସଙ୍କୁ ନିର୍ଦ୍ଦୋଷରେ ଜେଲରୁ ମୁକୁଳିବା ପାଇଁ ରାୟ ଦେଇଥିଲେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଚାରପତି ଜର୍ଜ ଗାସକନ୍ କହିଛନ୍ତି ଯେ ନ୍ୟାୟ ଏବଂ ଅପରାଧିକ ଆଇନ ବ୍ୟବସ୍ଥାର ବିଫଳତା ପାଇଁ ସେ ଗେରାର୍ଡୋ କ୍ୟାବନିଲାସଙ୍କ ନିକଟରେ କ୍ଷମା ମାଗୁଛନ୍ତି।
ଏଠାରେ ସୂଚନା ଯୋଗୁ 1996ରେ ଗେରାର୍ଡୋ କ୍ୟାବନିଲାସଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଜେଲ ପଠାଇ ଦିଆଯାଇଥିଲା । ତେବେ ଦ୍ୱିତୀୟ ଥର ତଦନ୍ତ ସମୟରେ ପୀଡିତା ଦମ୍ପତି କୋର୍ଟରେ ସ୍ୱୀକାର କରିଥିଲେ ଯେ ପରିଚୟ ପାଇଁ କ୍ୟାବାନିଲାସଙ୍କ ଫଟୋ ଉପରେ ମୋହର ମାରିବାକୁ ସେମାନଙ୍କୁ ଚାପ ଦିଆଯାଇଥିଲା।
ତେବେ ଦୁଷ୍କର୍ମ କିଟ ଉପରେ କରାଯାଇଥିବା ଡିଏନଏ ଟେଷ୍ଟରୁ ଜଣାପଡିଥିଲା ଯେ, ଏହି ଘଟଣାରେ ଗେରାର୍ଡୋ କ୍ୟାବିନିଲାସ ସମ୍ପୃକ୍ତ ନାହାନ୍ତି ।

Show More

Related Articles

Back to top button