ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଆବଶ୍ୟକତାଠୁ ଅଧିକ ବାଦାମ ଖାଇଲେ ହୋଇଥାଏ ଏହିସବୁ ଅସୁବିଧା

ଶରୀର ପାଇଁ ଲାଭଦାୟକ ହୋଇଥାଏ ବାଦାମ ।  ବାଦାମ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏହାକୁ ଖାଇବା ଦ୍ୱାରା ସ୍ମୃତି ଶକ୍ତି ବଢିବା ସହ ସୌନ୍ଦର୍ଯ୍ୟର ଚମକ ବୃଦ୍ଧି ପାଇଥାଏ । କିନ୍ତୁ ଆପଣ ଜାଣନ୍ତି କି ବାଦାମ ଅଧିକ ଖାଇବା ଖରାପ ହୋଇଥାଏ । ଏଥିରୁ ପୁଷ୍ଟିକର ଖାଦ୍ୟ ପାଇବା ପରିବର୍ତ୍ତେ ଏହା ଶରୀର ଉପରେ ବିପରୀତ ପ୍ରଭାବ ପକାଇଥାଏ ।

ତେବେ ଆସନ୍ତୁ ଜାଣିବା ଅଧିକ ବାଦାମ ଖାଇବା ଦ୍ୱାରା ଶରୀର ଉପରେ କଣ ଖରାପ ପ୍ରଭାବ ପଡିଥାଏ।

କୋଷ୍ଠକାଠିନ୍ୟ – ବାଦାମରେ ଫାଇବର ଭରପୂର ରହିଥାଏ । ଯାହା ଫଳରେ ଅତ୍ୟଧିକ ଫାଇବର ଥିବାରୁ ଏହା କୋଷ୍ଠକାଠିନ୍ୟର କାରଣ ହୋଇଥାଏ । ଏହା ହଜମ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି କରିଥାଏ ।

ମୋଟାପଣ – ବାଦାମ ଅଧିକ ଖାଇବା ଦ୍ୱାରା ମଧ୍ୟ ମୋଟାପଣର କାରଣ ହୋଇଥାଏ । ଯଦି ଅଧିକ ଓଜନ ବଢିବାର ଅସୁବିଧାରେ ପଡିଛନ୍ତି, ତେବେ ଦିନକୁ ୧୦ରୁ ଅଧିକ ବାଦାମ ଖାଇବା ଉଚିତ୍ ନୁହେଁ ।

କିଡନୀରେ ଷ୍ଟୋନ୍‌ – ବାଦାମରେ ଅକ୍ସାଲେଟ୍ ଥାଏ ଯାହା ଫଳରେ କିଡ୍‌ନୀରେ ଷ୍ଟୋ୍ନ ସୃଷ୍ଟି ହୋଇଥାଏ ।

ଭିଟାମିନ୍ -ଇ ଓଭରଡୋଜ – ବାଦାମର ଭିଟାମିନ୍ -ଇ ର ଏକ ଉତ୍ତମ ଉତ୍ସ ରହିଛି। କିନ୍ତୁ ଏହାକୁ ଅଧିକ ଖାଇବା ଦ୍ୱାରା ଭିଟାମିନ୍-ଇ ର ମାତ୍ରା ଅଧିକ ହୋଇପାରେ । ଯାହା ହରମୋନ୍‌ର ବାଲାନ୍ସ କରିବାରେ ଅସୁବିଧା ହୋଇଥାଏ।

ନିଶ୍ୱାସ ନେବାରେ ଅସୁବିଧା- ବାଦାମ ଶରୀରରେ HCN ସ୍ତରକୁ ବୃଦ୍ଧି କରିଥାଏ । ଯାହା ଫଳରେ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ ।

Show More

Related Articles

Back to top button