ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ୬ ହତ୍ୟାକାରୀଙ୍କୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜେଲରୁ ଖଲାସ ହେବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସମସ୍ତ ୬ ହତ୍ୟାକାରୀ। ରାଜୀବ ଗାନ୍ଧିଙ୍କୁ ବୋମା ବିସ୍ଫୋରଣରେ ହତ୍ୟା କରିଥିବା ସମସ୍ତ ୬ ଦୋଷୀ ଆଜୀବନ ଜେଲ ଦଣ୍ଡ ପାଇଁ ଜେଲରେ ସଜା କାଟୁଛନ୍ତି। କିନ୍ତୁ ଆଜି ସମସ୍ତଙ୍କୁ ସୁପ୍ରିମକୋର୍ଟ ଜେଲରୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତାମିଲନାଡୁ ସରକାର ଦୋଷୀଙ୍କୁ ଜେଲରୁ ଖଲାସ କରିବା ପାଇଁ ରାଜ୍ୟପାଳଙ୍କୁ ପୂର୍ବରୁ ପ୍ରସ୍ତାବ ଦେଇଥିଲେ। ଆଜି ସେମାନଙ୍କୁ ସୁପ୍ରିମକୋର୍ଟ ରିଲିଜ ପାଇଁ ଅର୍ଡର ଦେଲା ବେଳେ ଉଲ୍ଲେଖ କରିଛନ୍ତି। ମେ’ ମାସରେ ହତ୍ୟା ଘଟଣାର ଅନ୍ୟତମ ଦୋଷୀର ପେରାରିଭାଲାନଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଜେଲରୁ ଖଲାସ କରିଥିଲେ।

୧୯୯୧ ମସିହା ମେ’ ୨୧ ତାରିଖରେ ରାଜୀବ ଗାନ୍ଧିଙ୍କୁ ଜଣେ ମହିଳା ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରିଥିଲେ। ଏଥିରେ ରାଜୀବ ଗାନ୍ଧି ଓ ଅନ୍ୟ ୨୧ ଜଣଙ୍କ ମୃତ୍ୟୁ ଘଟିଥିଲା। ବିସ୍ଫୋରଣ ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ମୁଖ୍ୟ ଖଳାନାୟକ ସୁପ୍ରିମକୋର୍ଟରେ ଜେଲରୁ ମୁକ୍ତି ପାଇଁ ଆବେଦନ କରିଥିଲେ।

କୋର୍ଟ ଏହାର ଶୁଣାଣି କରି ସମସ୍ତ ଦୋଷୀଙ୍କୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ସେମାନଙ୍କ ନାଁରେ ଆଉ କୌଣସି ମାମଲା ନାହିଁ, ତା’ହେଲେ ସେମାନେ ଜେଲରୁ ଖଲାସ ହୋଇପାରିବେ।

ଜଷ୍ଟିସ ବିଆର ଗବାଇ ଓ ଜଷ୍ଟିବ ବିଭି ନରରତ୍ନାଙ୍କ ଖଣ୍ଡପୀଠ ରାଜୀବ ଗାନ୍ଧିଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳୀନ, ସନଥାନ, ମୁରୁଗାନ, ଶ୍ରୀହରନ, ରବର୍ଡ ପାୟାସ ଓ ରବିଚନ୍ଦ୍ରନଙ୍କୁ ମଧ୍ୟ ଜେଲରୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Show More

Related Articles

Back to top button