Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଫଗାନିସ୍ଥାନରେ ଭୂକମ୍ପର ଝଟକା

ବିଗତ କିଛି ଦିନ ହେବ ବିଶ୍ୱର ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟକା ଘଟଣା ସାମ୍ନାକୁ ଆସୁଛି । ପ୍ରଥମେ ତୁର୍କୀ ଓ ପରେ ଇଣ୍ଡୋନେସିଆରେ ଭୂକମ୍ପ ହୋଇ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଆଉ ଆଜି ପୁଣି ସକାଳୁ ଆଫଗାନିସ୍ତାନରେ ଭୂକମ୍ପ ହୋଇଥିବାର ସୁଚନା ମିଳିଛି । ଏହି ଭୂକମ୍ପ ଝଟକା ଫେୟଜାବାଦ ଅଞ୍ଚଳରେ ହୋଇଥିଲା। ଯାହା ଫଳରେ ଲୋକମାନେ ଭୟଭୀତ ହୋଇଥିଲେ । ଭୂକମ୍ପ ଝଟକା
ଅନୁଭବ କରିବାରୁ ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ ।

ତେବେ ଏକ ଘରୋଇ ଖବର ଅନୁସାରେ ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୪ ରହିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳୀ ଫୟଜାବାଦରୁ ୧୯୬ କିଲୋମିଟର ଦୂରରେ ଥିଲା । ଲୋକମାନେ ଏହି ଭୂମିକମ୍ପ ଝଟକା ସକାଳ ୭ ଟା ୮ ମିନିଟରେ ଅନୁଭବ କରିଥିଲେ । ତେବେ ଏହି ଭୂମିକମ୍ପ ଦ୍ୱାରା କାହାର କୌଣସି କ୍ଷତି ହୋଇ ନଥିବା ଜଣା ପଡିଛି ।
ଆମ ପୃଥିବୀରେ ୭ଟି ଟେକ୍ଟନେଟିକ ପ୍ଲେଟ ରହିଛି । ଯାହା ପ୍ଲେଟ ଗୁଡିକ ସବୁବେଳେ ବୁଲୁ ଥାଏ । କିନ୍ତୁ ବେଳେ ବେଳେ ଏହି ପ୍ଲେଟ ଗୁଡିକ ଘୁରି ବୁଲିବା ସମୟରେ ପରସ୍ପର ସହ ଧକ୍କା ହୋଇଯାନ୍ତି । ଯାହା ଫଳରେ ଘର୍ଷଣ ସୃଷ୍ଟି ହେଇଥାଏ । ଏହି କାରଣରୁ ସ୍ଥଳ ଭାଗରେ ଭୂକମ୍ପ ଦେଖିବାକୁ ମିଳିଥାଏ ।

Show More

Related Articles

Back to top button