Breaking PLUSଓଡ଼ିଶାମୁଖ୍ୟ ଖବର

ଅସିତ ତ୍ରିପାଠୀ ପୁଣି ହେଲେ ଭୂବନେଶ୍ବର କ୍ଲବର ନୂଆ ସଭାପତି

ଅବସରପ୍ରାପ୍ତ ଆଇଏଏସ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପୁଣି ଥରେ ଭୁବନେଶ୍ୱର କ୍ଲବ ସଭାପତି ଭାବରେ ନିର୍ବାଚିନ ହୋଇଛନ୍ତି । ସେ ତାଙ୍କ ପ୍ରତିଦ୍ବନ୍ଦୀ ଡ଼.ତପେସ ରାୟଙ୍କୁ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଭୁବନେଶ୍ବର କ୍ଲବ ସଭାପତି ହୋଇଛନ୍ତି। ସକାଳ ୧୧ଟାରୁ ଭୋଟ ଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ଯାଏଁ ଚାଲିଥିଲା। ଭୁବନେଶ୍ବର କ୍ଳବରେ ମୋଟ ସଦସ୍ୟ ସଂଖ୍ୟା ୨୨୭୩ ରହିଥିବା ବେଳେ ନିର୍ଦ୍ଧାରିତ ସମୟରେ ଅପରାହ୍ନ ୫ଟା ମଧ୍ୟରେ ୧୧୩୬ ସଦସ୍ୟ ଭୋଟ ଦେଇଥିଲେ।

ତେବେ ସନ୍ଧ୍ୟା ୬ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ସମସ୍ତ ପଦବୀ ପାଇଁ ବାଲଟ ପେପରରେ ଭୋଟ କରାଯିବା ପରେ ୧୨ଟି ଟେବୁଲରେ କାଉଁଟିଙ୍ଗ କରାଯାଇଥିଲା। ୧୧୩୬ ଭୋଟ ମଧ୍ୟରୁ ୯୨୧ ଖଣ୍ଡ ଭୋଟ ପାଇ ଅସିତ ବିଜୟୀ ହୋଇଛନ୍ତି। ସେହିପରି ଉପ ସଭାପତି ଭାବେ ପ୍ରଗତି କୁମାର ମହାନ୍ତି,ସମ୍ପାଦକ ଭାବେ ଅଶୋକ କୁମାର ମିଶ୍ର, ଯୁଗ୍ମ ସମ୍ପାଦକ ଭାବେ ପାର୍ଥଜିତ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି। ସେହିପରି ଏକଜୁକ୍ୟୁଟିଭ କମିଟି ପାଇଁ ଅସିତଙ୍କ ପ୍ୟାନେଲ ଥିବା ସଦସ୍ୟ ନିର୍ବାଚିତ ହୋଇଛନ୍ତି। ଭୁବନେଶ୍ବର କ୍ଲବର ସମସ୍ତ ଭୋଟିଙ୍ଗ ପକ୍ରିୟାକୁ ନିର୍ବାଚନ ଅଧିକାରୀ ଜ୍ୟୋତି ପ୍ରକାଶ ଦାଶ ପରିଚାଳନା କରିଥିଲେ।

Show More

Related Articles

Back to top button