ଖେଳ

ଆଜି ମୁହାଁମୁହିଁ ହେବେ ନେଦରଲାଣ୍ତସ୍ ଓ ଆଫଗାନିସ୍ତାନ

ଆଜି ବିଶ୍ବକପର ୩୪ତମ ମ୍ୟାଚରେ ମୁହାଁମୁହିଁ ହେବେ ନେଦରଲାଣ୍ତସ୍ ଓ ଆଫଗାନିସ୍ତାନ। ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ୍ ଏକନାରେ ଖେଳାଯିବ ଏହି ମ୍ୟାଚ୍ । ସେମି ଫାଇନାଲରେ ପ୍ରବେଶ କରିବା ନେଇ ଉଭୟ ଦଳ ନିକଟରେ ଏବେ ମଧ୍ୟ ସୁଯୋଗ ରହିଛି । ସୂଚନା ଅନୁଯାୟୀ, ନେଦରଲାଣ୍ତସ୍ ବର୍ତ୍ତମାନ ସୁଦ୍ଧା ମୋଟ ୬ଟି ମ୍ୟାଚ୍ ଖେଳିଥିବା ବେଳେ ମାତ୍ର ୨ଟି ମ୍ୟାଚରେ ବିଜୟୀ ହୋଇଛି । ୪ ପଏଣ୍ଟ ସହ ନେଦରଲାଣ୍ତସ୍ ଟିମ୍ ପଏଣ୍ଟ ଟେବୁଲର ୮ମ ସ୍ଥାନରେ ରହିଛି । ଆଗକୁ ଦଳ ଆହୁରି ୩ଟି ମ୍ୟାଚ୍ ଖେଳିବ। ସମସ୍ତ ମ୍ୟାଚରେ ବିଜୟୀ ହେଲେ ଟିମ୍ ୧୦ ପଏଣ୍ଟ ହାସଲ କରିବା ନେଇ ସୁଯୋଗ ରହିଛି । ସେହିପରି ଆଫଗାନିସ୍ତାନ ମଧ୍ଯ ୬ଟି ମ୍ୟାଚ୍ ଖେଳିଥିବା ବେଳେ ୩ରେ ବିଜୟୀ ହୋଇଛି । ଦଳ ୬ ଅଙ୍କ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ତେବେ ଇଂଲଣ୍ତ, ଶ୍ରୀଲଙ୍କା ଓ ପାକିସ୍ତାନକୁ ହରାଇବା ପରେ ଆଫଗାନିସ୍ତାନ ମନୋବଳ ବେଶ ବଢିଛି। ଆଜି ମଧ୍ୟ ଭଲ ପ୍ରଦର୍ଶନ ନେଇ ଟିମ୍ ଲକ୍ଷ୍ୟ ରଖିଛି। ପୂର୍ବରୁ ଉଭୟ ଦଳ ମଧ୍ଯରେ ଖେଳାଯାଇଥିବା ୯ଟି ମ୍ୟାଚରେ ଆଫଗାନିସ୍ତାନ ୭ଟି ଓ ନେଦରଲାଣ୍ତସ୍ ମାତ୍ର ୨ଟି ମ୍ୟାଚ୍ ଜିତିଛି ।ନେଦରଲାଣ୍ଡ୍ ଦଳ: ବିକ୍ରମଜୀତ ସିଂହ, ମାକ୍ସ ଓଦାଉଦ, ୱେସଲେ ବାରେସି, କଲିନ ଆକରମନ, ସ୍କଟ ଏଡୱାର୍ଡ୍ସ, ବାସ ଡି ଲିଡେ, ସିବ୍ରାଣ୍ଡ ଏଞ୍ଜେଲବ୍ରେଚଟ, ଲୋଗାନ ଭାନ ବିକ, ସାରିଜ ଅହମଦ, ଆର୍ଯ୍ୟନ ଦତ୍ତ, ପଲ ଭାନ ମିକେରନ।

ଆଫଗାନିସ୍ତାନ ଦଳ: ରହମନୁଲ୍ଲା ଗୁରବାଜ, ଇବ୍ରାହିମ ଜଦ୍ରାନ, ରହମତ ଶାହ, ହସମତୁଲ୍ଲା ସାହିଦି, ଅଜମାତୁଲ୍ଲା ଓମରଜାଇ, ଇକ୍ରାମ ଅଲିଖିଲ, ମହମ୍ମଦ ନବି, ରସିଦ ଖାନ, ମୁଜୀବ ଉର ରହମାନ, ନବୀନ ଉଲ ହକ୍‌/ନୂର ଅହମଦ, ଫଜଲହକ ଫାରୁକି।

Show More

Related Articles

Back to top button