Breaking PLUSସ୍ୱାସ୍ଥ୍ୟ

ଆତଙ୍କ ଖେଳାଇଲାଣି ଜିକା ଭାଇରସ

ଗୋଟେ ଭାଇରସ ନଯାଉଣୁ ଆଉ ଗୋଟେ ଭାଇରସ ଉଭା ହେବା ଫଳରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଚାଲିଛି । ଏବେ କର୍ଣ୍ଣାଟକରେ ମାରାତ୍ମକ ଭାବେ ଜିକା ଭାଇରସ ଚିହ୍ନଟ ହୋଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗରେ ହାଇ ଆଲର୍ଟରେ ରହିଛି । କର୍ଣ୍ଣାଟକର ଚିକ୍କାବାଲ୍ଲାପୁର ଜିଲ୍ଲାରେ ଜିକା ଚିହ୍ନଟ ହୋଇଥିବା ସୂଚନା ମିଳିଛି । ତେବେ ମଶା ଦ୍ୱାରା ବ୍ୟାପୁଥିବା ଏହି ଭୂତାଣୁ କେରଳରେ ବ୍ୟାପିବା ପରେ ଏବେ କର୍ଣ୍ଣାଟକରେ ବ୍ୟାପିବା ସନ୍ଦେହ କରି ଗତ ଅଗଷ୍ଟରେ ସାମ୍ପଲ ପଠାଯାଇଥିଲା । ଯାହାର ରିପୋର୍ଟ ଏବେ ପଜିଟିଭ୍ ଆସିଛି।ଚିକ୍କାବାଲ୍ଲାପୁର ଜିଲ୍ଲା ସ୍ୱାସ୍ଥ୍ୟ ଅଫିସର ମହେଶ କହିବା ଅନୁଯାଇ ସାରା ରାଜ୍ୟରୁ ସଂଗ୍ରହ କରାଯାଇଥିବା ୧୦୦ଟି ନମୂନା ମଧ୍ୟରେ ଚିକ୍କାବାଲ୍ଲାପୁରରୁ କେବଳ ୬ଟି ନମୁନା ରହିଥିଲା । ସେଥମଧ୍ୟରୁ ୫ଟି ନେଗେଟିବ୍ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏଥିସହିତ ଜ୍ୱରର ଲକ୍ଷଣ ଥିବା ୩୦ ଗର୍ଭବତୀ ମହିଳା ଓ ୭ ପୁରୁଷଙ୍କ ଠାରୁ ସମ୍ପଲ ନିଆଯାଇଥିଲା । ଏମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ମହେଶ କହିଛନ୍ତି । ଏଥିସହିତ ଯେଉଁମାନଙ୍କୁ ୩ ଧରି ପ୍ରବଳ ଜର ହେଉଛି ସେମାନେ ଆସି ନିଜର ରକ୍ତ ନମୁନା ପରୀକ୍ଷା କରାଇ ନିଅନ୍ତୁ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ପରାର୍ମଶ ଦେଇଛନ୍ତି । ଡିଏଚ୍ଓ ଆହୁରି କହିଛନ୍ତି ଯେ ଉକ୍ତ ଗାଁର ୫କିମି ଏରିଆ ଭିତରେ ସର୍ଭେ କରାଯାଇଥିଲା । ଏହି ଅଞ୍ଚଳରେ ସଂକ୍ରମିତ ଏଡିଜ୍ ମଶା ଥିବା ଜଣାପଡ଼ିଥିଲା । ତେବେ ଏନେଇ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି ।

Show More

Related Articles

Back to top button