Breaking PLUSଓଡ଼ିଶାପାଣିପାଗସ୍ୱତନ୍ତ୍ର

ଆସନ୍ତା କାଲି ରାଜ୍ୟରେ ବୃଦ୍ଧି ପାଇବ ତାତି , ୧୬ ଏବଂ ୧୭ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ପଶ୍ଚିମ ଓଡିଶାର କିଛି ସ୍ଥାନରେ ଅସହ୍ୟ ଗ୍ରୀଷ୍ମ ଲହରୀ ଆଶଙ୍କା

ଭୁବନେଶ୍ୱର: ଏବେଠୁ ଅସହ୍ୟ ହେଲାଣି ତାତି । ଅଧିକାଂଶ ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିବାବେଳେ ଆସନ୍ତା ୧୬ ତାରିଖରୁ ରାଜ୍ୟରେ ପୁଣି ବଢିବ ତାତି । ରାଜ୍ୟକୁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଶକ୍ତିଶାଳୀ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରବେଶ କରିବାର ଆଶଙ୍କା ଥିବାରୁ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ବିଶେଷ କରି ପଶ୍ଚିମ ଓଡିଶାର କିଛି ସ୍ଥାନରେ ଅସହ୍ୟ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଛି ।

ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ୧୬ ଏବଂ ୧୭ ତାରିଖ ଦୁଇଦିନ ଧରି ବିଭିନ୍ନ ଜିଲ୍ଲାରେ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।  ୧୬ ତାରିଖରେ ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ଏବଂ ୧୭ରେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୋଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏଥିପାଇଁ ଏସବୁ ଜିଲାକୁ ଦୁଇଦିନ ପାଇଁ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର। ରବିବାର ରାଜ୍ୟର ୨୦ ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା। ୩୮ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଥିବାବେଳେ ବଲାଙ୍ଗୀର ୩୭.୮, ଝାରସୁଗୁଡ଼ା ୩୭.୩, ଅନୁଗୋଳ ୩୭.୧, ବାଲେଶ୍ୱର ୩୬, କଟକ ୩୫.୬, ଭୁବନେଶ୍ୱର ୩୬.୬, ବାରିପଦା ୩୬.୫, ସମ୍ବଲପୁର ୩୬.୯, ସୁନ୍ଦରଗଡ଼ ୩୬, ହୀରାକୁଦ ୩୬.୨, ତାଳଚେର ୩୬, ଭବାନୀପାଟଣା ୩୫.୫, ମାଲକାନଗିରି ୩୬, ସୋନପୁର ୩୬.୨, ନୟାଗଡ଼ ୩୬.୫, ବୌଦ୍ଧ ୩୫.୫, ଛତ୍ରପୁର ୩୬, ଭଦ୍ରକ ୩୬ ଓ ଗୋପାଳପୁରରେ ସର୍ବାଧିକ ତାପମାତ୍ରା ୩୫.୫ ଡିଗ୍ରୀ ରେକର୍ଡ କରାଯାଇଛି।

ଗତକାଲି ଟିଟିଲାଗଡ ସହର ସବୁଠାରୁ ଉତ୍ତପ୍ତ ଥିଲା । ଏଠାରେ ସର୍ବାଧିକ ତାପମାତ୍ରା ୩୭.୭ ଡିଗ୍ରୀ ସେଲସିୟସ ରେକର୍ଡ  ହୋଇଥିଲା । ସେପଟେ ରାଜ୍ୟର ଭୂବନେଶ୍ୱର , ଖୋର୍ଦ୍ଧା ଏବଂ କଟକ ସମେତ ଏହାର ଆଖପାଖ ଅଞ୍ଚଳରେ ହାଲକା କୁହୁଡି ଦ଼ଶ୍ୟମାନ ହୋଇଥିଲା ।

Show More

Related Articles

Back to top button