Breaking PLUSଦୁର୍ଘଟଣାମୁଖ୍ୟ ଖବରସ୍ୱତନ୍ତ୍ର

କଟକର କବାଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ

ଚୌଦ୍ୱାର: କଟକ ଜିଲ୍ଲା ମଙ୍ଗୁଳିଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା କବାଡିଆ ମାର୍କେଟର ଏକ କବାଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି ।

ଅଗ୍ନିକାଣ୍ଡ ଦ୍ୱାରା ଦୁଇ ଏକର ପରିମିତ ଜମିରେ ଗଦା ହୋଇଥିବା ପୁରୁଣା ଟ୍ରକ୍, ଛୋଟଗାଡ଼ି ଏବଂ ବିପୁଳ ପରିମାଣର କବାଡ଼ି ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଛି। ଖବର ପାଇ ଘଟଣାସ୍ଥଳରେ ଚୌଦ୍ୱାର ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଦୀର୍ଘ ସମୟ ଧରି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଲାଇଥିଲେ । ଅଗ୍ନିକାଣ୍ଡର ସଠିକ୍ କାରଣ ଓ କ୍ଷୟକ୍ଷତିର ପରିମାଣ ଜଣା ପଡ଼ି ନାହିଁ।

 

Show More

Related Articles

Back to top button