ଜୀବନଚର୍ଯ୍ୟାଦେଶ ବିଦେଶ

ମାତ୍ର ୪ଟି ଲବଙ୍ଗ ରେ କରନ୍ତୁ ଏହି ଉପାୟ, ମିଳିବ ସମସ୍ତ ସ୍ଥାନରେ ସଫଳତା

ବାସ୍ତୁ ଟିପ୍ସ

ସାମାନ୍ୟ ଆକାରର ଲବଙ୍ଗ ଟିଏ ସ୍ବାସ୍ଥ୍ୟ ସହିତ ମଧ୍ୟ ଭାଗ୍ୟକୁ ବଦଳାଇ ଦେଇଥାଏ । ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ କରିପାରେ କିନ୍ତୁ ଏହା ସତ୍ୟ ଅଟେ । ବାସ୍ତୁ ବିତ୍ ମାନେ ଲବଙ୍ଗ ଦ୍ଵାରା ଭାଗ୍ୟ ବଦଳାଇ ବାର ବିଭିନ୍ନ ପ୍ରକାର ଉପାୟ କହି ଥାଆନ୍ତି । ଅଧିକାଂଶ ସମୟ ଏମିତି ହୋଇଥାଏ ଯେ ଆମେ ଯେତେ ପରିଶ୍ରମ କଲେ ମଧ୍ୟ ନିଜ ପରିଶ୍ରମ ଅନୁସାରେ ଆମେ ଫଳ ଲାଭ କରି ନଥାଉ । ତେଣୁ ବାସ୍ତୁବିତ୍ ଦ୍ଵାରା ଲବଙ୍ଗ ରେ କିଛି ଉପାୟ ବିଷୟରେ ଆସନ୍ତୁ ଜାଣିବା।
ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ;-
୧) ଯଦି ଆପଣ ଆର୍ଥିକ ସଙ୍କଟ ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ହନୁମାନଙ୍କ ନିକଟରେ ସୋରିଷ ତେଲ ରେ ଦୁଇଟି ଲବଙ୍ଗ ପକାଇ ଦୀପ ଟିଏ ଜଳାନ୍ତୁ ଓ ହନୁମାନ ଚାଳିଶା ପାଠ କରନ୍ତୁ। ଏହାଦ୍ବାରା ଆର୍ଥିକ ସଙ୍କଟ ଦୁର ହେବ ।
୨) ଯଦି କୌଣସି କାମ ଆପଣଙ୍କର ହେବା କୁ ଯାଇ ବିଗିଡି ଯାଉଚି ତେବେ ୪ଟି ଲବଙ୍ଗ କୁ ନେଇ ଗୋଟିଏ ଲେମ୍ବୁ ରେ ଗେଞ୍ଜି ଦିଅନ୍ତୁ । ଏହାପରେ ଓଁ ନମଃ ଶିବାୟ ମନ୍ତ୍ର ୨୧ ଥର ଜପ କରନ୍ତୁ । ଯେବେବୀ ଆପଣ ଯେ କୌଣସି କାମ ରେ ଯାଉଛନ୍ତି ତାକୁ ସାଙ୍ଗରେ ନେଇ ଯାଆନ୍ତୁ । ଏହାଦ୍ବାରା ଆପଣଙ୍କ ଅଟକି ଥିବା କାମ ହୋଇଯିବ ।

୩) ଯଦି ଆପଣଙ୍କ ସନ୍ତାନ ପାଠ ପଢ଼ାରେ ମନ ଲାଗୁ ନାହିଁ ତେବେ କିଛିଟା ଲବଙ୍ଗ ନେଇ ଗୋଟିଏ ନାଲି କପଡ଼ା ରେ ବାନ୍ଧି ନିଅନ୍ତୁ ଏହାପରେ ତାକୁ ପୂଜା ସ୍ଥାନ ରେ ରଖି ଦିଅନ୍ତୁ ଓ ପ୍ରତିଦିନ ଗାଧୋଇ ସାରି ଓଁ ଗଣପତୟେ ନମଃ ପାଠ କରନ୍ତୁ।
୪) ଯଦି ଆପଣ ମାନସିକ ଦୁଶ୍ଚିନ୍ତା ଦେଇ ଯାଉଛନ୍ତି ତେବେ ପ୍ରତିଦିନ ଲବଙ୍ଗ କୁ ସନ୍ଧ୍ୟା ସମୟରେ ଆଳତି କରନ୍ତୁ । ଏହାଦ୍ବାରା ଘରୁ ନକାରାତ୍ମକ ଶକ୍ତି ଦୂରେଇ ଯିବ।
୫) ଯଦି ଆପଣ ଧନ ସମ୍ବନ୍ଧୀୟ ସମସ୍ୟା ଦେଇ ଯାଉଛନ୍ତି ତେବେ ଗୁରୁବାର ଦିନ ୫ଟି ଲବଙ୍ଗ ଓ କଉଡ଼ି କୁ ଗୋଟିଏ ନାଲି କପଡ଼ା ରେ ବାନ୍ଧି ମା ଲକ୍ଷ୍ମୀ ଙ୍କ ନିକଟ ରେ ଅର୍ପଣ କରନ୍ତୁ। ଏହାଦ୍ବାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ।
୬) ଗୁରୁବାର ଦିନ କର୍ପୁର ଓ ଲବଙ୍ଗ ଘରର ମୁଖ୍ୟ ଦ୍ଵାରରେ ଜଳାଇବା ଦ୍ଵାରା ଜୀବନର ସମସ୍ତ ସମସ୍ୟା ଦୂର ହୋଇଥାଏ।

Show More

Related Articles

Back to top button