ଦେଶପାଣିପାଗସ୍ୱତନ୍ତ୍ର

ଭୂକମ୍ପ ଝଟକାରେ ଥରିଲା ଲେହ ସହ ଆଣ୍ଡାମାନ୍

ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ

ନୂଆଦିଲ୍ଲୀ : ଭୂକମ୍ପ ଝଟକାରେ ଥରିଲା ଲେହ । ମଙ୍ଗଳବାର ସକାଳୁ ଜମ୍ମୁ-କାଶ୍ମୀରର ଲେହରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ ଅଲଚୀରୁ ୧୮୬ କିମି ଅର୍ଥାତ ଉତ୍ତର ଚୀନ୍ ବୋଲି କୁହାଯାଉଛି ।

ନ୍ୟାସଲାଲ ସେଣ୍ଚର ଫର୍ ସିସ୍ମୋଲୋଜି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ୭ଟା ୨୯ରେ ଜମ୍ମୁ-କାଶ୍ମୀରର ଲେହରେ ଭୂକମ୍ପର ଝଟକା ଲାଗିଥିଲା । ତେବେ ଭୂକମ୍ପର ଝଟକା ଅନୁଭୂତ ହେବା ପରେ ଲୋକେ ଭୟଭିତ ହୋଇ ଘରୁ ବାହାରି ଯାଇଥିଲେ ।  ଏହି ଭୂକମ୍ପର କ୍ଷୟକ୍ଷତି ଏବଂ ମୃତାହତ ବିଷୟରେ କୌଣସି ତଥ୍ୟ ମିଳିପାରିନାହିଁ ।

ଏହାପୂର୍ବରୁ ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟା ୫୨ରେ ଆଣ୍ଡାମାନରେ ଭୂମିକମ୍ପର ଝଟକା ଅନୂଭବ ହୋଇଥିଲା । ଦିଗଲୀପୁର ଭୂମିକମ୍ପରେ ଥରିଥିଲା । ଏହି ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ରହିଛି । କେବଳ ଏତିକି ନୁହେଁ ଏହାର କେନ୍ଦ୍ରସ୍ଥଳୀ ଦିଗଲୀପୁରରୁ ୧୪୭ କିମି ଥିବା ସୂଚନା ମିଳିଛି ।

Show More

Related Articles

Back to top button