ବଲିଉଡମନୋରଞ୍ଜନ

ଖୁବ୍‌ କମ୍‌ ବୟସରେ ସଫଳତାର ପାହାଚ ଚଢିଥିଲେ ସୁର ସାମ୍ରାଜ୍ଞୀ ଲତା

ଏବେ ତାଙ୍କ ମୃତ୍ୟୁରେ ସାରା ଦେଶ ମ୍ରିୟମାଣ

ବହୁ ସଂଘର୍ଷ ପରେ ଶେଷରେ ଥକି ଗଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର। ଅଗଣିତ ଶ୍ରୋତାଙ୍କୁ ବିଦାୟ ଦେଇ ଚାଲିଗଲେ ଲତା ଦିଦି । ୯୨ବର୍ଷ ବୟସରେ ଆଖି ବୁଜିଲେ । କରୋନାରେ ସଂକ୍ରମିତ ହେବା ସହ ନିମୋନିଆରେ ପୀଡିତ ହୋଇଥିଲେ । ଏଥିପାଇଁ ଦୀର୍ଘ ୨୯ ଦିନ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ। ଧିରେ ଧିରେ ସ୍ଵାସ୍ଥ୍ୟରେ ଉନ୍ନତି ଆସିଥିଲା । ହେଲେ ଶନିବାର ପୁଣି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳ ପ୍ରାୟ ୮.୧୨ ମିନିଟ୍‌ରେ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପରଲୋକ ହୋଇଛନ୍ତି ।ମୃତ୍ୟୁକୁ ନେଇ ମେଡିକାଲ କର୍ତ୍ତୁପକ୍ଷ ସ୍ପଷ୍ଟ କରିଛନ୍ତି । ସେପଟେ ଲତା ଦିଦିଙ୍କ ଦେହାନ୍ତ ସମଗ୍ର ଦେଶବାସୀଙ୍କୁ ମ୍ରିୟମାଣ କରିଛି । ତାଙ୍କ କୋକିଳ ସ୍ୱରରୁ ବାହାରୁ ଥିବା ଯାଦୁକରୀ ଗୀତ ଆଉ କାନରେ ବାଜିବ ନାହିଁ । ଆଜିଠାରୁ କୋକିଳକଣ୍ଠୀ ସବୁ ଦିନ ପାଇଁ ଚିରନିଦ୍ରରେ ଶୋଇ ଯାଇଛନ୍ତି। ଲତା ମଙ୍ଗେସକରଙ୍କ ମୃତ୍ୟୁ ଖବର ପାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀକର ସମବେଦନା ଜଣାଇଛନ୍ତି। ଏହା ବ୍ୟତୀତ ସଂଗୀତ ଜଗତ ସହ ବଲିଉଡ୍‌ର ବହୁ ବିଶିଷ୍ଟ ନାମୀଦାମୀ କଳାକାରମାନେ ତାଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳୀ ଦେବା ସହ ସମବେଦନା ଜଣାଇଛନ୍ତି । ଭାରତୀୟ ସଙ୍ଗୀତ ଜଗତରେ ଦିଦିଙ୍କ ଅବଦାନ ଅପୂରଣୀୟ ରହିବ ।

ଖୁବ୍‌ କମ୍‌ ବୟସରୁ ହିଁ ତାଙ୍କ ସଂଗୀତର ଯାଦୁ ଦେଖାଇଥିଲେ । ସଂଗୀତ ଜଗତରେ ସେ ଏକ ନୂଆ ଅଧ୍ୟ୍ୟାୟ ଆରମ୍ଭ କରିଥିଲେ । ତାଙ୍କର ଯାଦୁଗରୀ ସ୍ୱର ସାରା ଦେଶବାସୀଙ୍କୁ ବିମୋହୀତ କରୁଥିଲା । ଆଜି ମଧ୍ୟ ତାଙ୍କ ଗୀତ ବାଜିଲେ ଛୋଟରୁ ବଡ ଯାଏ ଗାଇ ଉଠନ୍ତି । ଆଉ ସେଥିପାଇଁ ତାଙ୍କ ସମ୍ମାନର ତାଲିକା ମଧ୍ୟ ବେଶ ଲମ୍ବା । ଦାଦା ସାହେବ ଫାଲକେ, ପଦ୍ମ ଭୂଷଣ, ପଦ୍ମବିଭୂଷଣ ଓ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ମଧ୍ୟ ପାଇଥିଲେ ଲତା ମଙ୍ଗେସକର । କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ଖ୍ୟାତି ଅର୍ଜନ କରିଛନ୍ତି ଲତା ଦିଦି । ସେ ହିନ୍ଦି, ମରାଠୀ, ବଙ୍ଗଳା ସମେତ ଅନେକ ଭାଷାରେ ୩୦ ହଜାରରୁ ଅଧିକ ଗୀତ ଗାଇ କୋଟି କୋଟି ଦର୍ଶଙ୍କ ହୃଦୟ ସ୍ଥାନ ସୃଷ୍ଟି କରିଛନ୍ତି । ଗରିବ ପରିବାରରେ ଜନ୍ମିତ ହୋଇଥିଲା ଲତା ମଙ୍ଗେସକର ଗୀତ ଗାଇ ନିଜର ପରିବାର ଚଳାଉଥିଲେ । ଲତାଙ୍କୁ ମାତ୍ର ୧୩ ବର୍ଷ ହୋଇଥିବା ବେଳେ ପିତା ଦିନାନାଥ ମଙ୍ଗେସକରଙ୍କ ଦେହାନ୍ତ ହୋଇଥିଲା । ୫ବର୍ଷ ବୟସରୁ ଲତା ଯେଉଁ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରି ପରିବାରର ସମସ୍ତ ବୋଝକୁ ନିଜ ମୁଣ୍ଡରେ ଉଠାଇଥିଲେ । ପରେ ପରିବାର ଭରଣପୋଷଣ ନିମନ୍ତେ ସେ ୧୯୪୨ରୁ ସଙ୍ଗୀତ ଜୀବନ ଆରମ୍ଭ କଲେ । ମରାଠୀ ଚଳଚ୍ଚିତ୍ର ‘କିଟ୍ଟି ହାସଲ’ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ପରେ ଧିରେ ଧିରେ ବଲିଉଡ୍‌ରେ ଅନେକ ହିଟ୍‌ ଗୀତ ଗାଇ କମ୍‌ ବୟସରେ ବହୁ ପ୍ରସିଦ୍ଧ ହୋଇଥିଲେ ଲତା ଦିଦି ।

Show More

Related Articles

Back to top button