ଦେଶ ବିଦେଶବଲିଉଡମନୋରଞ୍ଜନ

ଲତାଙ୍କ ଲଭ ଲାଇଫ୍‌: ପ୍ରେମ ତ କରିଥିଲେ, କିନ୍ତୁ ବିବାହ କରିନଥିଲେ

୯୨ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ଲତା ମଙ୍ଗେସକର । ତାଙ୍କୁ ଦୀର୍ଘ ସମୟ ଧରି ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଖବର ଜଣାଇଛନ୍ତି । ବର୍ତ୍ତମାନ କେବଳ ଲତା ମଙ୍ଗେସକରଙ୍କ ଆତ୍ମା ​​ସ୍ୱର ଏବଂ ତାଙ୍କ ସହିତ ଜଡିତ ସ୍ମୃତିଗୁଡ଼ିକ ପଛରେ ରହିଯାଇଛି । ଅନେକ ଲୋକ ଲତା ମଙ୍ଗେସକରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଚାହାଁନ୍ତି ଯେ ସେ କାହିଁକି ବିବାହ କଲେ ନାହିଁ । ଏତେ କମ୍‌ ବୟସରେ ନିଜେ ପାଠ ନପଢି ତାଙ୍କ ଭାଇ ଭଉଣୀଙ୍କୁ ପାଠ ପଢାଇ ବଡ କରିଥିଲେ । ଦିନ ଥିଲା ସେ ବି ପ୍ରେମ କରିଥିଲେ, ତାଙ୍କର ବିବାହ କରିବାକୁ ମନ ହୋଇଥିଲା । ଲତା ମଙ୍ଗେଶକରଙ୍କ ବିବାହ ନକରିବା ୨ ବଡ କାରଣ ରହିଛି । ଗୋଟିଏ ହେଉଛି ଲତା ମଙ୍ଗେସକର ତାଙ୍କ ଭାଇ ଭଉଣୀଙ୍କର ଛୋଟରୁ ସୋମନଙ୍କୁ ବଡ କରିଥିଲେ । ସେମାନଙ୍କର ଯତ୍ନ ନେବା ସହ ପାଠ ପଢା ସବୁର ଦାୟିତ୍ବ ନେଇକି ଲତା ଦିଦିଙ୍କ ଅଧା ବୟସ ଅତିବାହିତ ହୋଇ ଯାଇଥିଲା । ଏହା ପରେ ସେ ବିବାହ କରିବାକୁ ମନସ୍ଥ କଲେ। ହେଲେ ଭାଗ୍ୟ ତାଙ୍କୁ ସାଥ ଦେଲା ନାହିଁ ।

ଏକ ମିଡିଆ ରିପୋର୍ଟ ଅନୁଯାୟୀ, କ୍ରିକେଟର ତଥା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ) ର ପୂର୍ବ ଅଧ୍ୟକ୍ଷ ତଥା ସଭାପତି ରାଜ ସିଂ ଡୁଙ୍ଗରପୁର ଲତା ମଙ୍ଗେସକରଙ୍କ ଭାଇ ହୃଦୟନଥ ମଙ୍ଗେସକରଙ୍କ ବହୁ ଘନିଷ୍ଠ ବନ୍ଧୁ ଥିଲେ। ରାଜ ସିଂ ରାଜସ୍ଥାନର ରାଜ ପରିବାରରୁ ଥିଲେ । ଡୁଙ୍ଗରପୁରର ତତ୍କାଳୀନ ରାଜା ସ୍ବର୍ଗୀୟ ମହାରାୱାଲ ଲକ୍ଷ୍ମଣ ସିଂହଜୀଙ୍କ ସାନପୁଅ ଥିଲେ। ଦୁହିଁଙ୍କ ମଧ୍ୟରେ ଦେଖା ସାକ୍ଷାତ ହେଉଥିଲା । ହେଲେ ଧିରେ ଧିରେ ଦୁହେଁ ନିକଟତର ହୋଇଥିଲା । ଏସବୁ କୁ ଦେଖି ପରସ୍ପର ଭଲ ପାଇ ବସିଥିଲେ । କୁହାଯାଉଛି କି ଲତା ସ୍ନେହରେ ତାଙ୍କୁ ମିଟୁ ବୋଲି ଡାକୁଥିଲେ। ଉଭୟ ଏହି ପ୍ରେମର ସମ୍ପର୍କୁ ଆଗକୁ ବଢାଇବା ପାଇଁ ବିବାହ କରିବାକୁ ସ୍ଥିର କରିଥିଲେ । କିନ୍ତୁ ଯେତେବେଳେ ମହାରାୱାଲ ଲକ୍ଷ୍ମଣ ସିଂହଜୀ ଏସବୁ ବିଷୟରେ ଜାଣିଥିଲେ ସେତେବେଳେ ବିବାହ କରିବାକୁ ମନା କରିଦେଇଥିଲେ। ଏହାର କାରଣ ହେଲା ଲତା ମଙ୍ଗେସକର ଏକ ରାଜ ପରିବାରର ନୁହଁନ୍ତି । ମହାରାୱାଲ ଲକ୍ଷ୍ମଣ ତାଙ୍କ ପୁଅ ରାଜ ସିଂଙ୍କୁ ଜଣେ ସାଧାରଣ ଝିଅ ସହିତ ବିବାହ କରେଇବାକୁ ଚାହୁଁନଥିଲେ। ଏହା ପରେ ଲତା ମଙ୍ଗେସକର ସାରା ଜୀବନ କୁଆଁରୀ ରହିଥିଲେ ।

Show More

Related Articles

Back to top button