ଦେଶ ବିଦେଶବଲିଉଡମନୋରଞ୍ଜନମୁଖ୍ୟ ଖବର

ପ୍ରଧାନମନ୍ତ୍ରୀ ମୋଦି କହିଲେ ଲତାଙ୍କ ସ୍ୱରର ଯାଦୁ ସବୁବେଳେ ଆମ ସହିତ ରହିବ

ଲାଇଭରେ ଆସି ଦେଲେ ଶ୍ରଦ୍ଧାଞ୍ଜଳି

ଗାୟିକା ଲତା ମଙ୍ଗେସକରଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଇଭ ଆସି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ମୋ ଭଳି ଅନେକ ଲୋକ ଗର୍ବର ସହିତ କହିବେ ଲତା ଦିଦିଙ୍କ ସହିତ ବହୁତ ନିବିଡ଼ ସମ୍ପର୍କ ଥିଲା। ସେ ଯେଉଁଠି କି ବି ଯିବେ ତାଙ୍କୁ ଭଲ ପାଉଥିବା ଲୋକ ମିଳିଯିବେ । ତାଙ୍କର ସମ୍ମୋହକ ସ୍ୱର ସବୁବେଳେ ଆମ ସହିତ ରହିବ। ମୁ ତାଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନ ଉପରେ କହିଥିଲେ। ସେ ଉତ୍ତରପ୍ରଦେଶକୁ ଭାରତର ହୃଦୟ ବୋଲି କହିଥିଲେ । ଉତ୍ତରପ୍ରଦେଶ ସବୁବେଳେ ଭାରତକୁ ଦିଗ ଦେଖାଇ ଆସିଛି ।ପୁଣି ଥରେ ଉତ୍ତରପ୍ରଦେଶ ନୂଆ ରାସ୍ତା ଦେଖାଉଛି ।

ବ୍ରଜ ଭୂମିର କୋଣ ଅନୁକୋଣ ଶ୍ରୀକୃଷ୍ଣ ଓ ରାଧାରାଣୀ ମୟ। ମଥୁରା ଓ ଆଗ୍ରାର କ୍ରାନ୍ତିକାରୀମାନେ ଦେଶର ସ୍ୱତନ୍ତ୍ରତା ସଂଗ୍ରାମରେ ଯୋଗଦାନ ଦେଇଛନ୍ତି । ସୂଚନା ଥାଉକି ଲତା ମଙ୍ଗେସକରଙ୍କର ଆଜି ସକାଳେ ପରଲୋକ ହୋଇଛି । ସେ କରୋନା ଓ ନିମୋନିଆରେ ପୀଡ଼ିତ ହୋଇ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ମୃତ୍ୟୁ ବେଳକୁ ୯୨ ବର୍ଷ ବୟସ ହୋଇଥିଲା। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଶନିବାର ଭେଣ୍ଟିଲେଟରକୁ ସ୍ଥାନାନ୍ତର କରଯାଇଥିଲା । ଆଜି ସନ୍ଧ୍ୟାବେଳେ ତାଙ୍କର ଶେଷକୃତ୍ୟ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ଯୋଗଦେବେ ବୋଲି ଜଣାପଡ଼ିଛି ।

Show More

Related Articles

Back to top button