Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ଫେରିଲା ଶୀତ

ଆସନ୍ତା ଦୁଇ ଦିନ ଏହି ସବୁ ଜିଲ୍ଲାରେ ଘନ କୁହୁଡି

ରବିବାରଠୁ ରାଜ୍ୟରେ ଘନ କୁହୁଡ଼ି ସହ ଶୀତ ଲହରି ବହିବ । ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝରରେ ଶୀତ ଲହରି ବହିବ । ସେହିଭଳି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, ପୁରୀ ଓ ଗଜପତି ଜିଲ୍ଲାରେ ଘନ କୁହୁଡ଼ି ଅନୁଭୂତ ହେବ ।

୫ ତାରିଖରୁ ରାଜ୍ୟକୁ ଶୀତ ଫେରିବ ବୋଲି ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଥିଲା । ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହୋଇଛି । କୋରାପୁଟରେ ଶନିବାର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ଥିଲା । ଝାରସୁଗୁଡ଼ାରେ ୯.୬, ଫୁଲବାଣୀରେ ୧୦.୨, ବୌଦ୍ଧରେ ୧୦.୫ ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟପକ୍ଷରେ ଚାନ୍ଦବାଲିରେ ୪୬.୪, ଶୁକ୍ରବାର ୪୩.୪ ମିଲିମିଟର, ପାରାଦୀପରେ ୧୮.୮, ଯାଜପୁରରେ ୧୬.୬ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ରେକର୍ଡ଼ କରିଛି । ରବିବାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇଛି । କଟକ, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ କୁହୁଡ଼ି ହୋଇପାରେ ।

୭ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୁଳ ଓ ଢେଙ୍କାନାଳରେ ଘନ କୁହୁଡି ହୋଇପାରେ । ଉତ୍ତର ଉପକୂଳ ଓଡିଶା ସମେତ ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟର କିଛି ସ୍ଥାନରେ ସ୍ୱଳ୍ପ କୁହୁଡ଼ି ହୋଇପାରେ । ୮ ତାରିଖରେ ବି ଘନ କୁହୁଡି ଆଶଙ୍କା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Show More

Related Articles

Back to top button