ଦେଶ ବିଦେଶ

ATMରୁ ଟଙ୍କା ଉଠାଇବା ବେଳେ ଏହି ଲାଇଟ୍‌ ଉପରେ ଧ୍ୟାନ ଦିଅନ୍ତୁ

ନଚେତ୍ ଖାଲି ହୋଇଯାଇପାରେ ଆପଣଙ୍କ ଆକାଉଣ୍ଟ

ଆଜିକାଲି ପ୍ରାୟ ସମସ୍ତେ ଏଟିଏମ୍‌ରୁ ଟଙ୍କା ଉଠାଉଛନ୍ତି । କିନ୍ତୁ ଏଟିଏମ୍‌ରୁ ଟଙ୍କା ଉଠାଇବା ବେଳେ ଆପଣଙ୍କର ଏକ ଛୋଟ ଭୁଲ ଆପଣଙ୍କ ଆକାଉଣ୍ଟ ଖାଲି କରିଦେଇପାରେ । ସାଇବର କ୍ରାଇମ୍‌ର ବଢୁଥିବା ମାମଲାକୁ ଦେଖି ଅନଲାଇନ୍ ଲେଣଦେଣ ଏବଂ ଏଟିଏମ୍‌ରୁ ଟଙ୍କା ଉଠାଇବା ମଧ୍ୟ ସୁରକ୍ଷିତ ନୁହେଁ । ସାଇବର ଠକ ଭାରି ଚାଲାକ ହୋଇଥାନ୍ତି । ଏମିତିରେ ଆପଣ ଯେତେବେଳେ ଏଟିଏମ୍‌ରୁ ଟଙ୍କା ଉଠାଉଛନ୍ତି ସେତେବେଳେ ସତର୍କ ରୁହନ୍ତୁ । ଯଦି ଆପଣ ଏଟିଏମରୁ ଟଙ୍କା ଉଠାଉଛନ୍ତି ତେବେ ଏଟିଏମ୍ ବ୍ୟବହାର କରିବା ପରେ ଆପଣ ସାବଧାନତାର ସହ ତାହା ଯାଞ୍ଚ କରନ୍ତୁ । ଏଟିଏମରେ ସବୁଠୁ ବଡ ବିପଦ କାର୍ଡ କ୍ଲୋନିଂ ହୋଇଥାଏ । ଏଠାରେ ଆପଣଙ୍କର ସମସ୍ତ ତଥ୍ୟ ସହଜରେ ବାହାରିଯାଇଥାଏ । ଆଖି ପିଛୁଳାକେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯାଇପାରେ ।

ଡିଜିଟାଲ୍ ଇଣ୍ଡିଆରେ ହ୍ୟାକରମାନେ ମଧ୍ୟ ବହୁତ ଚାଲାକ ହୋଇଗଲେଣି । ଏହି ହ୍ୟାକରମାନେ ଗ୍ରାହକଙ୍କ ବ୍ୟାଙ୍କିଙ୍ଗ୍ ଡିଟେଲ୍ସ ଏଟିଏମ୍ ମେସିନରେ କାର୍ଡ ଲଗାଉଥିବା ସ୍ଲଟରୁ ଚୋରି କରିନେଇଥାନ୍ତି । ହ୍ୟାକରମାନେ ଏଟିଏମ୍ ମେସିନର କାର୍ଡ ସ୍ଲଟରେ ଏପରି ଡିଭାଇସ୍ ରଖିଥାନ୍ତି ଯାହା ଆପଣଙ୍କ କାର୍ଡର ଡିଟେଲ୍ସ ସ୍କାନ୍ କରିଥାଏ । ଏହି ଡିଭାଇସ୍ ମାଧ୍ୟମରେ ଆପଣଙ୍କର ସମସ୍ତ ଡିଟେଲ୍ସ ସେହି ଡିଭାଇସରେ ସେଭ୍ ହୋଇଯିବ । ଏହାପରେ ବ୍ଲୁଟୁଥ୍ କିମ୍ବା ଅନ୍ୟ କୌଣସି ଓ୍ବେୟାରଲେସ୍ ଡିଭାଇସ୍ ସାହାଯ୍ୟରେ ଏହି ହ୍ୟାକର୍ସ ତଥ୍ୟ ଚୋରି କରିଥାନ୍ତି । ଆପଣଙ୍କ ଡେବିଟ୍ କାର୍ଡର ସମ୍ପୂର୍ଣ୍ଣ ଆକ୍ସେସ୍ ନେବା ପାଇଁ ହ୍ୟାକରଙ୍କ ନିକଟରେ ଆପଣଙ୍କର ପିନ୍ ନମ୍ବର ରହିବା ଅନିର୍ବାଜ୍ୟ । ହ୍ୟାକରଙ୍କ ପାଖରେ ଏହା ପାଇଁ ମଧ୍ୟ ଟ୍ରିକ୍ ରହିଛି । ଆପଣଙ୍କ ପିନ୍ ନମ୍ବରକୁ କ୍ୟାମେରା ଦ୍ବାରା ଟ୍ରାକ୍ କରିଥାନ୍ତି । ଏଥିପାଇଁ ଯେତେବେଳେ ବି ଆପଣ ପିନ୍ ନମ୍ବର ଦେଉଛନ୍ତି ଏହାକୁ ଅନ୍ୟ ହାତରେ ଘୋଡାଇ ଦିଅନ୍ତୁ । ଯଦି ଆପଣ ଏଟିଏମକୁ ଯାଇଛନ୍ତି ତେବେ ଆପଣ ପ୍ରଥମେ ଏଟିଏମ୍ ମେସିନର କାର୍ଡ ସ୍ଲଟ୍ ଯାଞ୍ଚ କରନ୍ତୁ । ଯଦି ଏଟିଏମ୍ କାର୍ଡ ସ୍ଲଟ୍ ସହିତ କୌଣସି ଟ୍ୟାମ୍ପରିଂ ହୋଇଛି କିମ୍ବା ଯଦି ସ୍ଲଟ୍ ଢିଲା ଅଛି ତେବେ ଏହାକୁ ବ୍ୟବହାର କରନ୍ତୁ ନାହିଁ । କାର୍ଡ ସ୍ଲଟରେ କାର୍ଡ ଭର୍ତ୍ତି କରିବା ସେଥିରେ ଜଳୁଥିବା ଗ୍ରୀନ୍ ଲାଇଟ୍ ଉପରେ ନଜର ରଖନ୍ତୁ । ଯଦି ସ୍ଲଟରେ ଗ୍ରୀନ୍ ଲାଇଟ୍ ଜଳୁଛି ତେବେ ଏଟିଏମ୍ ସୁରକ୍ଷିତ ଅଛି । ଯଦି ଏଥିରେ ନାଲି କିମ୍ବା ଅନ୍ୟ କୌଣସି ଲାଇଟ୍ ଜଳୁନାହିଁ ତେବେ କୌଣସି ପରିସ୍ଥିତିରେ ଏଟିଏମ୍ ବ୍ୟବହାର କରନ୍ତୁ ନାହିଁ ।

Show More

Related Articles

Back to top button