ଦେଶ ବିଦେଶବାଣିଜ୍ୟ

SBI ଗ୍ରାହକଙ୍କ ପାଇଁ ଭଲ ଖବର !

ଏବେ FD ଉପରେ ମିଳିବ ଅଧିକ ସୁଧ

ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ରେପୋ ରେଟ୍‌ ବୃଦ୍ଧି କରିବା ପରଠୁ ଅନେକ ବ୍ୟାଙ୍କ ଲୋନ ଉପରେ ସୁଧ ହାର ବଢାଇଛନ୍ତି। କିଛି ବ୍ୟାଙ୍କ ଫିକ୍ସ ଡିପୋଜିଟ୍ ବା ସୁନିଶ୍ଚିତ ଜମା ରାଶି ଉପରେ ଦେଉଥିବା ସୁଧ ହାର ବୃଦ୍ଧି କରିଛନ୍ତି। ଏବେ ଦେଶର ସବୁଠୁ ବଡ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ) ମଧ୍ୟ ଫିକ୍ସ ଡିପୋଜିଟ୍‌ ଉପରେ ସୁଧ ଦରରେ ବୃଦ୍ଧି କରିଛି। ସୁଧ ହାରରେ ୪୦ ରୁ ୯୦ ବେସିସ ପେଣ୍ଟ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ସୁଧ ହାର ମେ ୧୦ ଅର୍ଥାତ ମଙ୍ଗଳବାରଠୁ ଲାଗୁ ହୋଇଛି। ଏସବିଆଇ ୨ କୋଟି କିମ୍ବା ଏଥିରୁ ଅଧିକ ସୁନିଶ୍ଚିତ ଜମା ରାଶି ଉପରେ ସୁଧହାର ବୃଦ୍ଧି କରିଛନ୍ତି। ଏସବିଆଇର ଓ୍ଵେବସାଇଟ୍ ଅନୁଯାୟୀ, ୨ କୋଟି କିମ୍ବା ସେଥିରୁ ଅଧିକ ଜମା ରାଶି ଉପରେ ୩ ରୁ ୫ ଏବଂ ୫ ରୁ ୧୦ ବର୍ଷର ଅବଧି ଉପରେ ସୁଧହାର ୯୦ ବେସିସ ପେଣ୍ଟ ବୃଦ୍ଧି କରାଯାଇଛି। ଏବେ ଜମାକାରୀଙ୍କୁ ବାର୍ଷିକ ୪.୫୦ ପ୍ରତିଶତ ହାରରେ ସୁଧ ମିଳିବ ଯାହା ପୂର୍ବେ ୩.୬୦ ପ୍ରତିଶତ ମିଳୁଥିଲା।

ଏହି ପରି ୨ ରୁ ୩ ବର୍ଷ ଅବଧିର ସୁନିଶ୍ଚିତ ଜମା ରାଶି ଉପରେ ବାର୍ଷିକ ସୁଧହାର ୩.୬୦ରୁ ବଢାଯାଇ ୪.୨୫ ପ୍ରତିଶତ କରାଯାଇଛି। ଏହିପରି ୧ ରୁ ୨ ବର୍ଷର ସୁନିଶ୍ଚିତ ଜମା ରାଶି ଉପରେ ଏସବିଆଇ ବାର୍ଷିକ ୪ ପ୍ରତିଶତ ସୁଧ ହେବ। ପୂର୍ବେ ଏହା ୩.୬୦ ପ୍ରତିଶତ ରହିଥିଲା। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ବର୍ତ୍ତମାନ ୪୬ ରୁ ୧୭୯ ଏବଂ ୧୮୦ ରୁ ୨୧୦ ଅବଧି ବିଶିଷ୍ଟ ସୁନିଶ୍ଚିତ ଜମା ରାଶି ଉପରେ ୩.୫୦ ପ୍ରତିଶତ ସୁଧ ଗ୍ରାହକଙ୍କୁ ଦେବ। ୨୧୧ ଦିନରୁ ଏକ ବର୍ଷରୁ କମ ଅବଧିର ସୁନିଶ୍ଚିତ ଜମା ରାଶି ଉପରେ ବ୍ୟାଙ୍କ ୩.୭୫ ପ୍ରତିଶତ ସୁଧ ପ୍ରଦାନ କରିବ।

Show More

Related Articles

Back to top button