ଦେଶ ବିଦେଶବାଣିଜ୍ୟ

ସେୟାର ବଜାର ଅପ୍‌ଡେଟ୍ : ସେନ୍ସେକ୍ସ ୧୦୦ ପଏଣ୍ଟରେ ମଜବୁତ

ବଢିଲା ନିଫ୍ଟି

ବିଶ୍ବ ବଜାରରୁ ମିଳୁଥିବା ଦୁର୍ବଳ ସଙ୍କେତ ମଧ୍ୟରେ ସପ୍ତାହର ଦ୍ବିତୀୟ କାରବାର ଦିନରେ ଦେଶର ପ୍ରମୁଖ ସେୟାର ବଜାର ସବୁଜ ସଙ୍କେତ ସହ ଖୋଲିଛି । ପ୍ରାରମ୍ଭିକ କାରବାରରେ ସେନ୍ସେକ୍ସ ଏବଂ ନିଫ୍ଟି ସବୁଜ ସଙ୍କେତ ସହ ଖୋଲିଛି । ମଙ୍ଗଳବାର ବ୍ୟବସାୟ ଦିନରେ ସେନ୍ସେକ୍ସରେ ୧୦୭.୯୮ ପଏଣ୍ଟ ଅର୍ଥାତ ୦.୨୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି ଏବଂ ଏହା ୫୪୫୭୮.୬୫ରେ ଖୋଲିଛି । ସେପଟେ ନିଫ୍ଟି ୫୦ରେ ୨୯.୫୦ ପଏଣ୍ଟ ଅର୍ଥାତ ୦.୧୮ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି ଏବଂ ଏହା ୧୬୩୩୧.୪୦ରେ ଖୋଲିଛି ।

ପ୍ରାରମ୍ଭିକ କାରବାରରେ ସେନ୍ସେକ୍ସର ୩୦ରୁ ୨୦ ସେୟାର ସବୁଜ ସଙ୍କେତ ସହ କାରବାର କରୁଛି । ଆଜିର ଟ୍ରେଣ୍ଡିଂ ଅଧିବେଶନ ସମୟରେ ଷ୍ଟକ୍ ମାର୍କେଟରେ ୧୩୦୪ ସେୟାରରେ କିଣାବିକା ମାହୋଲ ଦେଖିବାକୁ ମିଳିଛି । ଏହା ବ୍ୟତୀତ ୬୫୯ ସେୟାରରେ ହ୍ରାସ ଦେଖା ଦେଇଥିଲା ଏବଂ ୭୭ଟି ସେୟାରରେ କୌଣସି ପରିବର୍ତ୍ତନ ଦେଖାଯାଇନଥିଲା । ଏହା ପୂର୍ବରୁ ସୋମବାର ଦିନ ସେନ୍ସେକ୍ସ ପ୍ରାୟ ୩୬୫ ପଏଣ୍ଟ ହ୍ରାସ ପାଇଥିଲା । ୩୦ ସେୟାର ବିଶିଷ୍ଟ ବିଏସଇ ସୂଚକାଙ୍କ କାରବାର ଶେଷରେ ୩୬୪.୯୧ ପଏଣ୍ଟ ହ୍ରାସ ସହ ୫୪,୪୭୦.୬୭ ପଏଣ୍ଟରେ ବନ୍ଦ ହୋଇଯାଇଥିଲା । ସେହିଭଳି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୧୦୯.୪୦ ପଏଣ୍ଟ ହ୍ରାସ ପାଇ ୧୬,୩୦୧.୮୫ ପଏଣ୍ଟରେ ପହଞ୍ଚିଥିଲା ।

Show More

Related Articles

Back to top button