ବଲିଉଡମନୋରଞ୍ଜନ

ଏହି ସ୍ପେଶାଲଙ୍କ ଡେଟ୍‌ରେ ଗଲେ କିଆରା

ଫଟୋ ହେଉଛି ଭାଇରାଲ୍

ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ କିଆରା ଆଡଭାନୀଙ୍କ ବ୍ରେକଅପ୍ ଖବର ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏମିତିକି ତାଙ୍କ ଆଗାମୀ ଫିଲ୍ମ ‘ଭୁଲ ଭୁଲେୟା ୨’ର ପ୍ରମୋସନ ସମୟରେ ଯେତେବେଳେ ତାଙ୍କୁ ବ୍ରେକଅପ୍ ବିଷୟରେ ପଚରାଯାଇଥିଲା ସେତେବେଳେ ସେ ଗୋଳମାଳିଆ ଉତ୍ତର ଦେଇଥିଲେ । ଏଭିତରେ କିଆରା ଏକ ସ୍ପେଶାଲ ଡେଟ୍‌ରେ ଯାଇଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ।

ଭାଇରାଲ୍ ହେଉଥିବା ଫଟୋରେ ଅଭିନେତ୍ରୀ କିଆରା ଆଡଭାନୀ ଏକ କୁକୁର ସହିତ ବସିଛନ୍ତି । ଆଗରେ ଟେବୁଲ ଉପରେ ଜଳଖିଆ ରଖାଯାଇଛି । ବିମାନ ଭିତରର ଏହି ଫଟୋ ସେୟାର କରି କିଆରା କ୍ୟାପସନ୍‌ରେ ଯାହା ଲେଖିଛନ୍ତି ତାହା ଡେଟ୍‌ ଆଡକୁ ଇସାରା କରୁଛି । କିଆରା ଆଡଭାନୀ ଏହି ଫଟୋକୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଫଟୋକୁ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି- ‘One for the books! Best breakfast date ever 👯‍♀️🐶 was pawsomeeee.’ କିଆରାର ଏହି ବେଷ୍ଟ୍ ଡେଟ୍‌ର ଫଟୋ ଦେଖି ସମସ୍ତେ ତାକୁ ପସନ୍ଦ କରୁଛନ୍ତି । ଅଧିକାଂଶ ଲୋକ ଏହି ଫଟୋରେ ହୃଦୟ ଇମୋଜି ସେୟାର କରୁଥିବାବେଳେ କିଛି ଲୋକ ସ୍ମାଇଲ୍ ଆଇକନ୍ ସେୟାର କରୁଛନ୍ତି ।

Show More

Related Articles

Back to top button