ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଶରୀରରେ ରକ୍ତର ଅଭାବ ପୂରଣ କରିଥାଏ ପାଳଙ୍ଗ

ଜାଣନ୍ତୁ ଆଉ କ’ଣ କ’ଣ ମିଳିବ ଫାଇଦା

ପାଳଙ୍ଗ ଆପଣଙ୍କ ଶରୀରକୁ ପ୍ରଚୁର ପରିମାଣର ପୁଷ୍ଟିକର ଉପାଦାନ ଯୋଗାଇଥାଏ । ଏହା ଦ୍ବାରା ନା କେବଳ ଦୃଷ୍ଟି ଶକ୍ତି ବଢିଥାଏ ନାହିଁ ବରଂ ରକ୍ତ ଅଭାବ ମଧ୍ୟ ପୂରଣ ହୋଇଥାଏ । ଏହାସହ ହାଡକୁ ମଜବୁତ କରିବାରେ ମଧ୍ୟ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ପାଳଙ୍ଗର ୫ଟି ଫାଇଦା ।

ଯେଉଁମାନଙ୍କର ଶରୀରରେ ରକ୍ତର ଅଭାବ ହୋଇଥାଏ କିମ୍ବା ଅଭାବ ଥାଏ ସେମାନଙ୍କୁ ତାଙ୍କ ଖାଦ୍ୟରେ ନିଶ୍ଚୟ ପାଳଙ୍ଗ ସାମିଲ କରିବା ଜରୁରୀ । ଏହା ଦ୍ବାରା ରକ୍ତର ଅଭାବ ପୂରଣ ହୋଇଥାଏ ।

ଯେଉଁମାନଙ୍କ ରକ୍ତଚାପ ନିୟନ୍ତ୍ରଣ ବାହାରେ ରହିଥାଏ ସେମାନଙ୍କୁ ନିଜ ଖାଦ୍ୟରେ ନିଶ୍ଚିତ ପାଳଙ୍ଗ ସାମିଲ କରାଯିବା ଉଚିତ । ଯଦି ଆପଣଙ୍କୁ ପାଳଙ୍ଗ ଭଲ ଲାଗେନାହିଁ ତେବେ ଏହାର ଜୁସ୍ ମଧ୍ୟ ପିଇପାରିବେ । ଏହାଦ୍ବାରା ରକ୍ତଚାପ ନିୟନ୍ତ୍ରଣରେ ରହିବ ।

ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ପାଳଙ୍ଗ ବହୁତ ଲାଭଦାୟକ ଅଟେ । ଅର୍ଥାତ ଆପଣଙ୍କ ଶରୀରରେ ଭଲ ଏବଂ ଖରାପ କୋଲେଷ୍ଟ୍ରଲ ସମାନ ରହିବ । ଏମିତିରେ ଆପଣଙ୍କୁ ନିଶ୍ଚିତ ପାଳଙ୍ଗ ଖାଇବା ଜରୁରୀ ଅଟେ । ଏମିତି କରିବା ଦ୍ବାରା ହୃଦଘାତର ବିପଦ ମଧ୍ୟ କମ୍ ହୋଇଯିବ ।
ସମୟ ପୂର୍ବରୁ ହାଡର ଦୁର୍ବଳତା ଖରାପ ଜୀବନଶୈଳୀ ଏବଂ ବ୍ୟାୟାମ ନକରିବା ଯୋଗୁଁ ହୋଇଥାଏ । ଯଦି ଆପଣ ଖାଦ୍ୟରେ ପାଳଙ୍ଗକୁ ସାମିଲ କରିବେ ତେବେ ଆପଣଙ୍କ ହାଡ ମଜଭୁତ ହେବ ।

ପାଳଙ୍ଗ ଖାଇବା ଦ୍ବାରା ଅନେକ ପ୍ରକାର ସମସ୍ୟା ଦୂର ହୋଇଥାଏ । ଦୃଷ୍ଟି ଶକ୍ତି ବଢାଇବା ପାଇଁ ପାଳଙ୍ଗ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ହୋଇଥାଏ । ଖାଦ୍ୟରେ ଏହାକୁ ନିଶ୍ଚୟ ସାମିଲ କରନ୍ତୁ ।

Show More

Related Articles

Back to top button