Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

୨୦୨୨-୨୬ରେ ହେବ ରେକର୍ଡ ଗରମ

ବିଶ୍ଵ ତାପମାତ୍ରାକୁ ନେଇ ବିଶେଷଜ୍ଞଙ୍କ ଚେତାବନୀ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି। କେତେ ବେଳେ ପ୍ରଚଣ୍ଡ ଖରାରେ ଜନଜୀବନ ସିଝୁଥିବା ବେଳେ ଆଉ କେତେବେଳେ ବନ୍ୟା, ବାତ୍ୟାରେ ଉବୁଟୁବୁ ହୋଇ ଯାଉଛି ଦୁନିଆ। ସବୁଠୁ ବଡ ଚିନ୍ତାର ବିଷୟରେ ବିଶ୍ଵ ତାପମାତ୍ରା ବୃଦ୍ଧି ପାଇବା। ଅନେକ ବିଶେଷଜ୍ଞ ବିଶ୍ଵ ନେତାଙ୍କୁ ତାପମାତ୍ରା ନିୟନ୍ତ୍ରଣ କରିବା ପାଇଁ ଅପିଲ୍ କରୁଛନ୍ତି। ବିଶେଷଜ୍ଞ ତାପମାତ୍ରାକୁ ୧.୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ କରିବା ପାଇଁ ତତ୍କାଳ ପଦକ୍ଷେପ ନେବାକୁ ବିଶ୍ଵ ନେତାଙ୍କୁ ଅନୁରୋଧ କରିଛନ୍ତି। ବ୍ରିଟେନର ଗବେଷକ କହିଛନ୍ତି, ଆଗାମୀ ପାଞ୍ଚ ବର୍ଷରେ ଦୁନିଆରେ ୧.୫ ଡିଗ୍ରୀ ସେଲସିୟସରୁ ଅଧିକ ଗରମ ହେବାର ୫୦ ପ୍ରତିଶତ ସମ୍ଭାବନା ରହିଛି। ଏହା କିଛି ଦିନ ପାଇଁ ହୋଇଥିଲେ ମଧ୍ୟ ବିଶ୍ଵ ଜଗତ ପାଇଁ ଭଲ ସଙ୍କେତ ନୁହେଁ।

୨୦୨୨ରୁ ୨୦୨୬ ପର୍ଯ୍ୟନ୍ତ ହେବ ରେକର୍ଡ ଗରମ

ବିଶେଷଜ୍ଞଙ୍କ ମୁତାବକ ୨୦୨୨ରୁ ୨୦୨୬ ମଧ୍ୟରେ ଗରମ ସବୁ ରେକର୍ଡ କାଟି ଦେବ। ଭୟଙ୍କର ଗରମ ହେବ। ଅଧ୍ୟୟନରେ କୁହାଯାଇଛି ଯେ, ୨୦୨୨ ରୁ ୨୬ ପର୍ଯ୍ୟନ୍ତ ବୈଶ୍ଵିକ ତାପମାତ୍ରା ପ୍ରି-ଇଣ୍ଡଷ୍ଟ୍ରିୟାଲ ସ୍ତର ତୂଳନାରେ ୧.୧ ଡିଗ୍ରୀ ସେଲସିୟସ ଏବଂ ୧.୭ ଡିଗ୍ରୀ ସେଲସିୟସ ମଧ୍ୟରେ ରହିପାରେ। ଗବେଷକ ଭବିଷ୍ୟତବାଣୀ କରିଛନ୍ତି ଯେ, ଗ୍ରୀଷ୍ମ ସମୟରେ ସମଗ୍ର ବିଶ୍ଵରେ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସର ସ୍ତର ଅତିକ୍ରମ କରିବାର ୫୦ ପ୍ରତିଶତ ସମ୍ଭାବନା ରହିଛି। ସର୍ବ ପ୍ରଥମେ ପ୍ୟାରିସ ଜଳବାୟୁ ରାଜିନାମା ଉପରେ ବିଶ୍ଵ ନେତାଗଣ ବିଶ୍ଵ ତାପମାତ୍ରାରେ ୧.୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ କରିବାକୁ ଦସ୍ତଖତ କରିଥିଲେ। ପୁଣି ୨୦୨୧ ନଭେମ୍ବରରେ ଗ୍ଲାସଗୋରେ ବିଶ୍ଵ ନେତା ଦୁନିଆରେ ନିଜର ଲକ୍ଷ୍ୟ ପ୍ରାପ୍ତି ପାଇଁ ପ୍ରରିବଦ୍ଧତା ଜାହିର କରିଥିଲେ। ହେଲେ ଏଥିରେ ଏ ଯାଏଁ ଆଖି ଦୃଶିଆ ସଫଳତା ମିଳିନାହିଁ।

Show More

Related Articles

Back to top button