Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଦୁର୍ବଳ ହେଲା ବାତ୍ୟା ‘ଅସାନି’

ଗୋପାଳପୁର ଠାରୁ ୫୪୦ କିମି ଦୂରରେ

ଦୁର୍ବଳ ହେଲା ଭୀଷଣ ବାତ୍ୟା “ଅସାନି” । ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହେଲା । ବର୍ତ୍ତମାନ ଏହା ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୪୦ କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି । ଗତ ୬ ଘଣ୍ଟାରେ ଏହା ୧୨ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ସେପଟେ ଅସାନୀ ପ୍ରଭାବରେ ସାରା ରାଜ୍ୟରେ ଲାଗିରହିଛି ବର୍ଷା । ଗତରାତିରୁ ତୁହାକୁ ତୁହା ବର୍ଷା ଲାଗି ରହିଛି । ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ସେପଟେ ଅସାନୀ ନେଇ ସତର୍କତା ଜାର କରିଛନ୍ତି ଏସଆରସି । ମତ୍ସ୍ୟଜୀବୀକୁ ସମୁଦ୍ରକୁ ନଯିବାକୁ ବାରଣ କରାଯାଇଛି ।

ଓଡ଼ିଶାରେ କମ୍‌ ପବନ ବହିବା ସହିତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ । ମଧ୍ୟମ ଧରଣର ବର୍ଷା ହେବା ସହିତ କମ୍‌ ପବନ ବହିବ । ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟରେ ବର୍ଷା ଜାରି ରହିବ । ସେହିପରି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲାରେ ମଧ୍ୟ ବର୍ଷା ହେବ । କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲରେ ବର୍ଷାର ପ୍ରଭାବ ଦେଖିବାକୁ ମିିଳିବ । ସେପଟେ ସାମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ୍‌, ଅଗ୍ନିଶମ ଟିମ୍‌କୁ ପ୍ରସ୍ତୁତ ରଖାଯାଇଥିବା ଏସ୍‌ଆର୍‌ସି କହିଛନ୍ତି । ୫ ଜିଲ୍ଲାରେ ୧୨ଟି ଅଗ୍ନିଶମ ଟିମ୍‌ ନିୟୋଜିତ କରାଯାଇଛି ।

Show More

Related Articles

Back to top button