ଦେଶସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଶିଡିରୁ ପଡି ଆହତ ହେଲେ ଭ୍ଲାଦିମିର ପୁଟିନ୍,ଏବେବି ଜାରି ରହିଛି ଚିକିତ୍ସା

୯ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଜାରି ରହିଛି ରୁଷ- ୟୁକ୍ରେନ୍ ଯୁଦ୍ଧ । ଗୋଟେପଟେ ୟୁକ୍ରେନ୍ ଉପରେ ରୁଷ ଘନ ଘନ ମିଶାଇଲ ମାଡ କରୁଥିବାବେଳେ ଅନ୍ୟପଟେ ମନୋବଳ ଭାଙ୍ଗନାହାଁନ୍ତି ଜେଲେନସ୍କି। ଏସବୁ ମଧ୍ୟରେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ପୁଟିନ୍ ଶିଡିରୁ ପଡି ଆହତ ହୋଇଥିବା ସୂଚନା ମିଳିଛି ।

‘ଡେଲିମେଲ’ର ଏକ ରିପୋର୍ଟ ଅନୁସା​‌ରେ, ବୁଧବାର ସନ୍ଧ୍ୟାରେ ପୁଟିନ୍ ନିଜ ସରକାରୀ ବାସ ଭବନର ସିଢିରୁ ଖସି ପଡି ଆହତ ହୋଇଛନ୍ତି। ଜେନେରାଲ ଏସଭିଆର ଯୁଦ୍ଧ ଆରମ୍ଭ ପରେ ପୁଟିନ୍‌ଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ଅପଡେଟ୍‌ ପୋଷ୍ଟ କରିଛନ୍ତି, ତେବେ ନିଜର ଦାବି କିମ୍ବା ପ୍ରମାଣକୁ ସମର୍ଥନ କରିବାର କୌଣସି ପ୍ରମାଣ ଦେଇନାହାନ୍ତି ଯେ, ବାସ୍ତବରେ ତାଙ୍କ ଗାର୍ଡଙ୍କ ଭିତରେ କନେକ୍ସନ ଅଛି। ଲାଟେଷ୍ଟ ପୋଷ୍ଟ ଚ୍ୟାନେଲରେ ଲେଖା ହୋଇଛି, ପୁଟିନ୍‌ ନିୟନ୍ତ୍ରଣ ହରାଇ ପଛ ପଟୁଆ ପିଠି ମାଡ ହୋଇ ପଡିଥିଲେ। ଏହାପରେ କିଛି ପାଦ ଆଗକୁ ଯାଇଥିଲେ ପୁଣି ଖସି ପଡିଥିଲେ। ଏହାପରେ ତୁରନ୍ତ ଚିକିତ୍ସକ କିଛି ମିନିଟ୍‌ ଭିତରେ ପହଞ୍ଚି ଯାଇଥିଲେ। ତାଙ୍କର ଚିକିତ୍ସା ଏବେ ମଧ୍ୟ ଜାରି ରହିଛି ।

 

Show More

Related Articles

Back to top button