ଜୀବନଚର୍ଯ୍ୟାମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ଅଭିନେତ୍ରୀ ହଂସିକାଙ୍କ ଆଜି ମେହେନ୍ଦି, କାଲି ବାହାଘର

ମୁମ୍ବାଇ: ସାଉଥର ଜଣାଶୁଣା ଅଭିନେତ୍ରୀ ହଂସିକା ମୋଟୱାନିଙ୍କ ହେବ ବାହାଘର। ଆସନ୍ତାକାଲି ସେ ସାଜିବେ ବଧୂ। ଏହାପୂର୍ବରୁ ଆଜି ତାଙ୍କ ହାତରେ ଲାଗିଛି ମେହେନ୍ଦି। ସରିଛି ତାଙ୍କ ମେହେନ୍ଦୀ ସେରିମୋନି। ଦୀର୍ଘ ଦିନର ବିଜନେସ୍‌ମ୍ୟାନ୍ ବୟଫ୍ରେଣ୍ଡ ସୋହେଲ କଥୁରିଆଙ୍କୁ ସେ କରିବେ ନିଜ ଜୀବନ ସାଥୀ। ରାଜସ୍ଥାନ ଜୟପୁରର ମୁଣ୍ଡୋଟ୍ଟା ପ୍ୟାଲେସରେ ହେବ ତାଙ୍କ ଗ୍ରାଣ୍ଡ ୱେଣ୍ଡିଂ। ଏଥିପାଇଁ ୧ ତରିଖରୁ ଏଠାରେ ବିବାହ ରୀତିନୀତି ଆରମ୍ଭ ହୋଇଯାଇଛି।

ଗତକାଲି ହଂସିକାଙ୍କ ମେହେନ୍ଦୀ ସେରିମୋନି ସରିଛି। ହଂସିକାଙ୍କ ହାତରେ ସୋହେଲଙ୍କ ନାଁର ମେହେନ୍ଦି ଲାଗିସାରିଛି । ଏହି ଗ୍ରାଣ୍ଡ ମେହେନ୍ଦୀ ସେରିମୋନିର କିଛି ଫଟୋ ଆଉ ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମେହେନ୍ଦୀ ଭିଡିଓରେ ହଂସିକା ଏବଂ ତାଙ୍କ ଭାବି ସ୍ୱାମୀ ସୋହେଲ ଏକାଠି ନଜର ଆସିଛନ୍ତି। ଉଭୟ ବେଶ୍ ଖୁସି ଥିବା ନଜର ଆସିଛନ୍ତି। ଗୋଟିଏ ଭିଡିଓରେ କପଲ ସୋଫାରେ ବସି ଡ୍ୟାନ୍ସ ଷ୍ଟେପ୍ କରୁଥିବା ବେଳେ ଦ୍ୱିତୀୟ ଭିଡିଓରେ ତାଙ୍କ ହାତରେ ମେହେନ୍ଦୀ ଲଗାଉଥିବାର ଦେଖିବାକୁ ମିଳିଛି।

ହଂସିକା ଏବଂ ସୋହେଲ ଡିସେମ୍ବର ୪ ଅର୍ଥାତ୍ ଆସନ୍ତାକାଲି ଜୟପୁରର ମୁଣ୍ଡୋଟ୍ଟା ପ୍ୟାଲେସରେ ବିବାହ କରିବେ। ଆଜି ହଂସିକାଙ୍କ ସଙ୍ଗୀତ ସେରେମୋନି ରହିଛି। ହଂସିକା ଓ ସୋହେଲ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରୁଥିଲେ। କିଛି ଦିନ ପୂର୍ବେ ସୋହେଲ ପ୍ୟାରିସ୍‌ର ଏଫିଲ ଟାୱାର୍ ସାମ୍ନାରେ ହଂସିକାଙ୍କୁ ବିବାହ ପାଇଁ ପ୍ରପୋଜ କରୁଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ଏହି ଫଟୋକୁ ଅଭିନେତ୍ରୀ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ଏହି ଦମ୍ପତ୍ତି ସିନ୍ଧି ଷ୍ଟାଇଲ୍‌ରେ ବିବାହ କରିବେ ବୋଲି ଜାଣିବାକୁ ମିଳିଛି।

Show More

Related Articles

Back to top button