ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ମଧୁମେହ ଏବଂ କୋଲେଷ୍ଟ୍ରଲରୁ ରକ୍ଷା ପାଇବା ପାଇଁ ମହୁକୁ ଏପରି କରନ୍ତୁ ବ୍ୟବହାର

ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ ମହୁ । ଅନେକ ରୋଗ ପାଇଁ ମହୁ ବ୍ୟବହାର କରାଯାଇଥାଏ । ଏଥିରେ ପ୍ରୋଟିନ୍, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-କର୍କିନୋଜେନିକ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥାଏ । ମହୁରେ ଥିବା ପୋଷକ ତତ୍ତ୍ୱ ମଧୁମେହ ଏବଂ କୋଲେଷ୍ଟ୍ରଲକୁ ମଧ୍ୟ ରକ୍ଷା କରିଥାଏ ।

ତେବେ ମହୁକୁ କିପରି ଖାଇବା ଉଚିତ୍ ଆସନ୍ତୁ ଜାଣିବା ।

ମହୁ କାର୍ଡିଓମେଟାବୋଲିକ୍ ସ୍ୱାସ୍ଥ୍ୟରେ ଲାଭଦାୟକ ହୋଇଥାଏ । ଅନୁସନ୍ଧାନ ଅନୁଯାୟୀ, ମହୁ ଉପବାସରେ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ ଏବଂ ଭଲ କୋଲେଷ୍ଟ୍ରଲ ବଢାଇବାରେ ସାହାଯ୍ୟ କରିଥାଏ ।

ମହୁ ବ୍ୟବହାର କରି ମଧୁମେହକୁ ନିୟନ୍ତ୍ରଣରେ ରଖାଯାଇ ପାରିବ ଏହା ଶୁଣିଲେ ଆପଣମାନେ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ । ମହୁ କିପରି ମଧୁମେହ ରୋଗରେ ଲାଭଦାୟକ ହୋଇପାରେ ସେ ବିଷୟରେ ସମସ୍ତେ ଚିନ୍ତାରେ ପଡ଼ନ୍ତି । ବାସ୍ତବରେ, ମହୁରେ ଥିବା ପୋଷକ ତତ୍ତ୍ୱ ଗ୍ଲୁକୋଜକୁ ନିୟନ୍ତ୍ରଣ କରିବା ପାଇଁ କାମ କରିଥାଏ । ଏହା ମିଠା ର ଲୋଭକୁ ମଧ୍ୟ ଶାନ୍ତ କରିଥାଏ, ଏହି ଉପାୟରେ ମଧୁମେହ ରୋଗ ନିୟନ୍ତ୍ରଣରେ ରହିଥାଏ ।

କୋଲେଷ୍ଟ୍ରଲ ନିୟନ୍ତ୍ରଣ କରନ୍ତୁ ।

ମହୁ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା କୋଲେଷ୍ଟ୍ରଲ ହ୍ରାସ କରିଥାଏ । ଯଦି ଆପଣ କୋଲେଷ୍ଟ୍ରଲ ବଢିିବାକୁ ଭୟ କରୁଛନ୍ତି, ତେବେ ଏକ ଚାମଚ ମହୁ ସହିତ କଞ୍ଚା ରସୁଣ ଖାଇବା ଅତ୍ୟନ୍ତ ଲାଭଦାୟକ ହେବ । ଏହା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ ଏହା କାମ କରିଥାଏ ଏବଂ ହୃଦୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।

କିପରି ଖାଇବେ ମହୁ?

ପ୍ରତିଦିନ ଗୋଟିଏ ଚାମଚ (୩୫-୪୦) ଗ୍ରାମ ମହୁ ଖାଇବା ଲାଭଦାୟକ ହୋଇଥାଏ । ଯଦି ଆପଣ ଚା’ରେ ଚିନି ବଦଳରେ ମହୁ ବ୍ୟବହାର କରନ୍ତି, ତେବେ ଏହା ବହୁତ ଲାଭଦାୟକ ହେବ । ଆପଣ ଏହାକୁ ଏକ ସୁସ୍ଥ କାଢାରେ ମିଶାଇ ମଧ୍ୟ ଖାଇପାରିବେ ।

ମଧୁମେହ ଏବଂ କୋଲେଷ୍ଟ୍ରଲ ବ୍ୟତୀତ ମହୁ ଅନ୍ୟାନ୍ୟ ରୋଗକୁ ଉପଶମ କରିବାରେ ଲାଭଦାୟକ ହୋଇଥାଏ । ମହୁୁ ହଜମ, ଥଣ୍ଡା, ଗଳା ସମସ୍ୟା ଏବଂ ମେଦବହୁଳତା ଭଳି ସମସ୍ୟା ଦୂର କରିବା ପାଇଁ କାମ କରେ । ମହୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିିଥାଏ । ଏହା କେଶ ଏବଂ ଚର୍ମ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।

Show More

Related Articles

Back to top button