ମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ବର୍ତ୍ତମାନର ଫ୍ୟାଶନ୍ ସେନ୍ସକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଶା ପାରେଖ

ମୁମ୍ବାଇ: ୭୦ ଓ ୮୦ ଦଶକର ସୁପରହିଟ୍ ଅଭିନେତ୍ରୀ ତଥା ଭେଟେରାନ୍ ଅଭିନେତ୍ରୀ ଆଶା ପାରେଖ। ସେ ବଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି। ଏବେ କିନ୍ତୁ ସେ ବର୍ତ୍ତମାନ ଫ୍ୟାଶନ ସେନ୍ସକୁ ନେଇ ମୁହଁ ଖୋଲିଛନ୍ତି। ବର୍ତ୍ତମାନର ମହିଳାମାନେ ଯେଉଁ ପୋଷକା ଓ ଷ୍ଟାଇଲ୍ କରୁଛନ୍ତି ତାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ନିକଟରେ ଏକ ସାକ୍ଷାତକାର୍‌ରେ ଆଶା ପାରେଖ ମହିଳାମାନଙ୍କ ଡ୍ରେସିଂ ସେନ୍ସକୁ ନେଇ ବର୍ଷିଛନ୍ତି । ସେ କହିଛନ୍ତି, ‘ସବୁକିଛି ଏବେ ବଦଳି ଯାଇଛି। ଯେଉଁ ଫିଲ୍ମ ନିର୍ମାଣ କରାଯାଉଛି, ମୁଁ ଜାଣେ ନାହିଁ, ତାକୁ ନେଇ ଆମେ ଏତେ ପାଶ୍ଚାତ୍ୟ ହୋଇଛୁ। ଝିଅମାନେ ଗାଉନ୍ ପିନ୍ଧି ବିବାହକୁ ଆସୁଛନ୍ତି। ସେମାନେ ମୋଟା ହୋଇଥିଲେ ମଧ୍ୟ ପିନ୍ଧନ୍ତି। ଆମର ଘାଗାରେ ଚୋଲି, ଶାଢୀ ଏବଂ ସାଲୱାର-କାମିଜ ଅଛି। ତାହା ଆପଣ କାହିଁକି ପିନ୍ଧନ୍ତି ନାହିଁ? ବୋଲି ସେ ପ୍ରଶ୍ନ କରିଛନ୍ତି।

ଆଶା ପାରେଖ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆଜିକାଲିର ମହିଳାମାନେ କେବଳ ଅଭିନେତ୍ରୀମାନଙ୍କୁ ପରଦାରେ ଦେଖନ୍ତି ଓ ବାସ୍ତବ ଜୀବନରେ ତାଙ୍କୁ ଫଲୋ କରିବାକୁ ଚାହାନ୍ତି। ଦିନକୁ ଦିନ ଆମେ ୱେଷ୍ଟର୍ଣ୍ଣ ଷ୍ଟାଇଲ୍‌କୁ ଆପଣାଇ ଭାରତୀୟ ଷ୍ଟାଇଲ୍‌କୁ ଭୁଲି ଯାଉଛେ। ଏଥିପାଇଁ ମୁଁ ବେହୁତ ଦୁଃଖିତ। ଆଶା ପାରେଖଙ୍କ ପୂର୍ବରୁ ଭେଟେରାନ ଅଭିନେତ୍ରୀ ଜୟା ବଚ୍ଚନ ମଧ୍ୟ ସମାନ ମତାମତ ରଖିଥିଲେ।

Show More

Related Articles

Back to top button