ଦେଶ ବିଦେଶମୁଖ୍ୟ ଖବରରାଜନୀତି

UP Election ୨୦୨୨

ଯୋଗୀ ଆସିଲେ ୟୁପି ବରବାଦ ହୋଇଯିବ, ମମତାଙ୍କ ଅପିଲ୍- ଏକଜୁଟ୍ ହୋଇ ବିଜେପିକୁ ହରାନ୍ତୁ

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୟୁପି ଜନତାଙ୍କୁ ସମାଜବାଦୀ ପାର୍ଟି(ସପା) ପକ୍ଷରେ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି। ସେ କହିଛନ୍ତି, ଦେଶକୁ ବଞ୍ଚାଇବା ପାଇଁ ବିଜେପିକୁ ହରାଇବା ଜରୁରୀ। ଏହା ଏକ ବଡ ଲଢେଇ। ୟୁପିରେ ସମାଜବାଦୀ ପାର୍ଟି ହିଁ ବିକଳ୍ପ। ଯଦି ଯୋଗୀ ଆଦିତ୍ୟନାଥ ପୁଣି ଥରେ କ୍ଷମତାକୁ ଆସନ୍ତି ତେବେ ୟୁପି ବରବାଦ ହୋଇଯିବ। ଏଥିପାଇଁ ବିଜେପିକୁ ହରାଇବାକୁ ପଡିବ ବୋଲି ଟିଏମସି ନେତ୍ରୀ ମମତା ବାନାର୍ଜୀ କହିଛନ୍ତି। ସେ କହିଛନ୍ତି, ୟୁପିରେ ସପା ସରକାର ଗଠନ ହେଲେ, ଛାତ୍ର, ମହିଳା ଏବଂ ଯୁବ ବର୍ଗଙ୍କ ପାଇଁ ପଶ୍ଚିମବଙ୍ଗ ପରି ଯୋଜନା ଆରମ୍ଭ କରାଯିବ। ୟୁପିର ଇତିହାସ ବିଶାଳ। ସ୍ଵାଧୀନତା ପରେ ଅଧିକାଂଶ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶରୁ ହିଁ ହୋଇଛନ୍ତି। ଯଦି ବିଜେପି ଉତ୍ତର ପ୍ରଦେଶରେ ହାରିବ ତେବେ ପୂରା ଦେଶରୁ ଚାଲିଯିବ। ତେଣୁ ଉତ୍ତରପ୍ରଦେଶବାସୀ ଏକଜୁଟ୍ ହୋଇ ବିଜେପି ବିରୋଧରେ ଭୋଟ୍ ଦିଅନ୍ତୁ। ହିନ୍ଦୁସ୍ଥାନକୁ ବଞ୍ଚାଇବାକୁ ହେଲେ ୟୁପିକୁ ପ୍ରଥମେ ବଞ୍ଚାଇବାକୁ ପଡିବ। ମମତା କହିଛନ୍ତି, ମୁଁ ଗଙ୍ଗା ସାଗର ମେଳା ଆୟୋଜନ କରୁଛି।

ଏଠାକୁ ୟୁପିର ଲୋକେ ଆସନ୍ତି। ଆମେ କାହାରିକ ସେମାନଙ୍କର ଜାତି ବିଷୟରେ ପଚାରୁ ନାହିଁ। ସମସ୍ତେ ହିନ୍ଦୁସ୍ତାନୀ। ମମତା କହିଛନ୍ତି, ମଙ୍ଗଳବାର ବିଜେପିର ନିର୍ବାଚନୀ ଇସ୍ତାହାର ଘୋଷଣା ହୋଇଛି। ଏହା ମନି ଫେଷ୍ଟୋ। ବିଜେପି ହାଥରସରେ କଣ କରିଛି ? ମହିଳା ଏବଂ ଝିଅଙ୍କ ସହ କଣ କରିଛି ? ପ୍ରଥମେ କ୍ଷମା ମାଗ ତା ପରେ ଭୋଟ୍ ମାଗ ବୋଲି ମମତା ଶାଣିତ ସ୍ଵରରେ ବିଜେପି ଉପରେ ହମଲା କରିଛନ୍ତି। ସେ କହିଛନ୍ତି, ଭାରତ ସରକାର ୟୁପିକୁ ସର୍ବାଧିକ ଧନ ଦେଇ ଦେଇଛନ୍ତି, ତଥାପି ୟୁପିର ବିକାଶ ହୋଇ ପାରି ନାହିଁ। ୟୁପିର ଲୋକେ ଅଧିକ ଟ୍ୟାକ୍ସ ଦିଅନ୍ତି। ଏହି ଅର୍ଥ ସରକାରଙ୍କ ନୁହେଁ ଜନତାଙ୍କର ହୋଇଥାଏ। ତଥାପି ପ୍ରଧାନମନ୍ତ୍ରୀ କୁହନ୍ତି ଆମେ ଗରିବ ଲୋକଙ୍କୁ ଧନ ଦେଇଛୁ। ପିଏମ କେୟାର୍ସ ପାଇଁ ସରକାରୀ କର୍ମଚାରୀଙ୍କଠୁ ଟଙ୍କା ନିଆଗଲା ମାତ୍ର ଏହାର ହିସାବ ଦିଆଗଲା ନାହିଁ ବୋଲି ମମତା କହିଛନ୍ତି।

Show More

Related Articles

Back to top button