ଓଡ଼ିଶାପାଣିପାଗମୁଖ୍ୟ ଖବର

ହିମସ୍ଖଳନରେ ନିଖୋଜ ଥିବା ୭ ଯବାନ ସହିଦ

ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଟର ଅଞ୍ଚଳରେ ଗତ କାଲିଠାରୁ ଘଟିଥିବା ହିମସ୍ଖଳନ ଯୋଗୁଁ ୭ ଭାରତୀୟ ଯବାନ ନିଖୋଜ ଥିଲେ

ଅରୁଣାଚଳ ପ୍ରଦେଶ : ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଟର ଅଞ୍ଚଳରେ ଗତ କାଲିଠାରୁ ଘଟିଥିବା ହିମସ୍ଖଳନ ଯୋଗୁଁ ୭ ଭାରତୀୟ ଯବାନ ନିଖୋଜ ଥିଲେ। ଏବେ ୭ ଯବାନ ସହିଦ ହୋଇଥିବା ଖବର ସାମ୍ନାକୁ ଆସିଛି। ଏମାନଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଜାରି ରହିଥିବାବେଳେ ସହାୟତା ପାଇଁ ସ୍ୱତନ୍ତ୍ର ଟିମ୍‌ ଏୟାରଲିଫ୍ଟ ମଧ୍ୟ ହୋଇଥିଲେ । କିନ୍ତୁ ଆଜି ଏମାନେ ସହିଦ ହୋଇଥିବା ଖବର ସାମ୍ନାକୁ ଆସିଛି।

ସୂଚନା ମୁତାବ,ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ହେବା ଯୋଗୁଁ ପାଣିପାଗ ଖରାପ ରହିଛି। ମନାଲୀ-ଲେହ ହାଇେଓ୍ଵରେ ହିମସ୍ଖଳନ ହୋଇଥିବା ଖବର ମଧ୍ୟରହିଛି। ଏହି ସ୍ଥାନକୁ ବୁଲିବାକୁ ଯାଇଥିବା ପର୍ଯ୍ୟଟକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ରାଜ୍ୟର ୪ଟି ଜାତୀୟ ରାଜପଥ ସହିତ ୭୩୧ ଅଧିକ ରାସ୍ତା ଅବରୋଧ ରହିଛି। ରାସ୍ତାରେ ଥିବା ଅଧିକାଂଶ  ଗାଡି ବରଫରେ ଫସିରହିଛି। ହିମାଚଳ ଏବଂ ଉତ୍ତରାଖଣ୍ଡରେ ତୁଷାରପାତ ଯୋଗୁଁ ରାସ୍ତା ବନ୍ଦ ଥିବା ସୂଚନା ମିଳିଛି। ପାଣି- ବିଜୁଳି ସବୁକିଛି ଠପ୍‌ ହୋଇପଡିଛି। ଯାହାର ପ୍ରଭାବ ଜନଜୀବନ ଉପରେ ପଡିଛି।

 

 

Show More

Related Articles

Back to top button