Breaking PLUSଓଡ଼ିଶାମୁଖ୍ୟ ଖବର

କାର ଧକ୍କାରେ ୨ ସାଇକେଲ ଆରୋହୀ ମୃତ

ସୁନ୍ଦରଗଡ : ସୁନ୍ଦରଗଡ ଜିଲା ବଡଗାଁ ଥାନା ଅନ୍ତର୍ଗତ ଝାରମୁଣ୍ଡା ଗାଁ ନିକଟରେ ସଡକ ଦୁର୍ଘଟଣାରେ ୨ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ୨ ସାଇକେଲ ଆରୋହୀଙ୍କୁ କାର ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ଘର ଝାରମୁଣ୍ଡା ଗାଁରେ ବୋଲି ଜଣାପଡିଛି। ସାଇକେଲ ଆରୋହୀ ରାସ୍ତା ପାର ହେବା ସମୟରେ କାରଟି ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯିବା ସହ ସ୍ଥାନୀୟ ଲୋକେ ମୃତଦେହକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଥିଲେ। ଏହାସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରୁଛି।

Show More

Related Articles

Back to top button