ଓଡ଼ିଶାପାଣିପାଗମୁଖ୍ୟ ଖବର

ଜୁଆରର ଅଶାନ୍ତ ରୂପ, ସମୁଦ୍ର ଗର୍ଭରେ ବୁଡିପାରେ ପୁରୀ କୋଣାର୍କ ବେଳାମାର୍ଗ

ଗୋଟେ ପରେ ଗୋଟେ ଲଘୁଚାପ ଫଳରେ ଜଳବାୟୁ ପରିବର୍ତ୍ତନ ହୋଇଛି । ଫଳରେ କୂଳ ଆଡ଼କୁ ମାଡି ଆସୁଛି ସମୁଦ୍ର । ଜୁଆର ତାର ଅଶାନ୍ତ ରୂପ ଦେଖାଉଥିବାବେଳେ ଭୟଭୀତ ହୋଇପଡିଛନ୍ତି ପର୍ଯ୍ୟଟକ ଏବଂ ସ୍ଥାନୀୟ ଅଞ୍ଚଳବାସୀ । ଯଦି ଏପରି ପରିସ୍ଥିତି ଲାଗି ରୁହେ , ତେବେ ସମୁଦ୍ର ଗର୍ଭରେ ବୁଡିପାରେ ପୁରୀ କୋଣାର୍କ ବେଳାମାର୍ଗ ।

ସେହିପରି ଜୁଆର ମାଡ଼ରେ ସୁରକ୍ଷା ପ୍ରାଚୀର ଭାଙ୍ଗିଯାଇଥିବାବେଲେ ଗତ ଦୁଇ ଦିନ ହେଲା ଏନଏଚ ପକ୍ଷରୁ ଅସ୍ଥାୟୀ ସୁରକ୍ଷା ବାଡ଼ ନିର୍ମାଣ ହେଉଥିଲେ ମଧ୍ୟ ତାହା ସମୁଦ୍ର ଗର୍ଭରେ ବାରମ୍ବାର ଭାସିଯାଉଥିବା ଦେଖିବାକୁ ମିଳିଛି I

ଗତ ୨୦୦୪ରେ ଏନଏଚ ଡ୍ରୋନ ମାଧ୍ୟମରେ ଫଟୋ ଉତ୍ତୋଳନ କରି ଏହାର ସବିଶେଷ ରିପୋର୍ଟ ସଂଗ୍ରହ କରାଯିବା ପରେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ସ୍ଥାନୀୟ ଟିକନା, ଖାଲକଟା ପାଟଣା, ବରପଦା ଓ ଏହାର ଆଖପାଖ ଅଞ୍ଚଳର ବାସିନ୍ଦାଙ୍କ ପ୍ରତି ବିପଦ ଦେଖାଦେଇଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Show More

Related Articles

Back to top button