ଓଡ଼ିଶାସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଅଜଣା ରୋଗ ଆତଙ୍କ,୧୪ ଦିନ ମଧ୍ୟରେ ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଆକ୍ରାନ୍ତ

ଅଜଣା ରୋଗ ଆତଙ୍କ । ମାଲକାନଗିରି ଜିଲ୍ଲା ମାଥିଲେ ବ୍ଲକ ହଳଦୀକୁଣ୍ଡରେ ଏବେ ଜୀବନ ନେଉଛି ଅଜଣା ରୋଗ । ଗତ ୧୪ ଦିନ ମଧ୍ୟରେ ଏହି ଅଜଣା ରୋଗରେ ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ବର୍ତ୍ତମାନ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି ।

ମିଳିଥିବା ଖବର ଅନୁଯାୟୀ, ମାଥିଲି ବ୍ଲକ ହଳଦୀକୁଣ୍ଡରେ ରବିବାର ରାତିରେ ଅଜଣା ରୋଗରେ ପୁଣି ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି । ମୃତକ ହଳଦୀକୁଣ୍ଡ ନିକଟସ୍ଥ ଟକଲିଗୁଡାର ସନ୍ତୋଷ ପଡିଆମୀ । ରାତିରେ ହଠାତ୍‌ ସନ୍ତୋଷଙ୍କ ପେଟ ବ୍ୟଥା ହୋଇଥିଲା । ଏହାପରେ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ମଦଜନିତ ରୋଗ ହୋଇଥାଇପାରେ ବୋଲି ପ୍ରଥମେ ଗ୍ରାମବାସୀ ଆଶଙ୍କା କରୁଥିଲେ। ଏବେ ଏହି ରୋଗ ଶିଶୁମାନଙ୍କୁ ବ୍ୟାପି ଥିବାରୁ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଵାସ୍ଥ୍ୟ ବିଭାଗ ତଦନ୍ତ କରି ପଦକ୍ଷେପ ନେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

Show More

Related Articles

Back to top button