Breaking PLUSଓଡ଼ିଶାମୁଖ୍ୟ ଖବର

ଘାଟିରେ ଯାତ୍ରାପାର୍ଟି ଟ୍ରକ ଦୁର୍ଘଟଣାଗ୍ରସ୍ତ, 6 ମୃତ

ବାଙ୍ଗିରିପୋଷି : ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ୪୯ ନମ୍ବର ଜାତୀୟ ରାଜପଥରେ ବୁଧବାର ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇ ୬ରେ ପହଞ୍ଚିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଜଣାପଡିଛି। ଭାରସାମ୍ୟ ହରାଇ ଧଉଳି ଗଣନାଟ୍ୟ ଯାତ୍ରାପାର୍ଟିର ଲାଇଟ ଓ ସାଉଣ୍ଡ ବୋଝେଇ ଟ୍ରକ ଓଲଟି ପଡିଛି। ଦୁର୍ଘଟଣାରେ ୧୨ ଜଣ ଗୁରୁତର ହୋଇଥିଲେ।
ମିଳିଥିବା ସୂଚନା ଅନୁସାରେ ଘାଟିରୁ ଓହ୍ଲାଉଥିବା ବେଳେ ଭାରସାମ୍ୟ ହରାଇ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବାଙ୍ଗିରିପୋଷି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ସହ ସ୍ଥିତି ନିୟନ୍ତ୍ରଣ କରୁଛି। କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଲାଗି ରହିଥିବା ବେଳେ ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା ଘଟିଛି।

Show More

Related Articles

Back to top button