Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଜି-20 ଶିଖର ସମ୍ମିଳନୀ ପାଇଁ ପ୍ରଭାବିତ ହେବ 3ଶହରୁ ଅଧିକ ଟ୍ରେନ

ନୂଆଦିଲ୍ଲୀ: ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-20 ଶିଖର ସମ୍ମିଳନୀ ପାଇଁ ପ୍ରଭାବିତ ହେବ 3ଶହରୁ ଅଧିକ ଟ୍ରେନ ଚଳାଚଳ । ଏନେଇ ଉତ୍ତର ରେଳପଥ ପକ୍ଷରୁ ଟ୍ୱିଟରରେ ସୂଚନା ଦିଆଯାଇଛି । ପ୍ରଭାବିତ ହେବାକୁ ଥିବା ଟ୍ରେନର ସୂଚୀ ପ୍ରକାଶ ପାଇଛି । ଏହି ଟ୍ରେନ ମଧ୍ୟରେ ଇଣ୍ଟରସିଟି ଓ ଏକ୍ସପ୍ରେସ ଟ୍ରେନ ସାମିଲ ରହିଛି । ଉତ୍ତର ରେଲୱେ ପକ୍ଷରୁ କୁହାଯାଇଛି ଯେ, ଦିଲ୍ଲୀରେ 9-10 ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଶିଖର ସମ୍ମିଳନୀ ପାଇଁ ଟ୍ରେନ ଚଳାଚଳ ପ୍ରଭାବିତ ହେବ ।

ଉତ୍ତର ରେଲୱେର ଅଫିସିଆଲ ସାଇଟ ଏକ୍ସର ପୋଷ୍ଟରେ କୁହାଯାଇଛି ଯେ, ସୁରକ୍ଷା ବ୍ୟବସ୍ଥା ପାଇଁ ଜାରି ହୋଇଥିବା ପରାମର୍ଶକୁ ଦୃଷ୍ଟିରେ ରଖି ଏହି ଟ୍ରେନଗୁଡିକୁ 8ରୁ 11 ସେପ୍ଟେମ୍ବର ପର୍ଯ୍ୟନ୍ତ ବାତିଲ କରାଯାଇଛି ଏବଂ କିଛି ଟ୍ରେନର ରୁଟରେ ପରିବର୍ତ୍ତନ କରାଯାଇଛି ।

Show More

Related Articles

Back to top button