Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ବିଜୟ ପାଇଁ ଭାରତୀୟ ପୁରୁଷ ହକି ଟିମକୁ ଶୁଭେଚ୍ଛା ଜଣାଇଲେ ପିଏମ ମୋଦି

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ମୋଦି କହିଛନ୍ତି ଯେ, ଏସିଆ କପ୍ ହକିରେ ଚାମ୍ପିଆନ । ଭାରତୀୟ ପୁରୁଷ ହକି ଦଳକୁ ଏକ ଅଦ୍ଭୁତପୂର୍ବ ବିଜୟ ପାଇଁ ଅଭିନନ୍ଦନ । ଏହା ଆମର ଖେଳାଳିଙ୍କ ଅଦମ୍ୟ ଉତ୍ସର୍ଗର ଏକ ପ୍ରମାଣ ଏବଂ ଏହି ବିଜୟ ସହିତ ଆମେ ଆସନ୍ତା ବର୍ଷ ଓମାନରେ ହେବାକୁ ଥିବା ହକି ବିଶ୍ୱକପରେ ମଧ୍ୟ ଆମର ସ୍ଥାନ ସୁରକ୍ଷିତ କରିଛୁ । ଆମର ଖେଳାଳିମାନଙ୍କର ଉଦ୍ୟମ ଏବଂ ନିଷ୍ଠା ଆମ ଦେଶକୁ ପ୍ରେରଣା ଯୋଗାଇଥାଏ ବୋଲି ମୋଦି କହିଛନ୍ତି ।

Show More

Related Articles

Back to top button