Breaking PLUSଓଡ଼ିଶାମୁଖ୍ୟ ଖବର

ବାଲେଶ୍ୱରରେ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ

ଭୁବନେଶ୍ୱର: ସାରା ରାଜ୍ୟରେ ସକ୍ରିୟ ଗୋମାଫିଆ । ବାହାର ରାଜ୍ୟକୁ ଲମ୍ବିଛି ଚେର । ପ୍ରତିଦିନ ଶହଶହ ଗାଡିରେ ଅତି ଦୟନୀୟ ଭାବେ ଗୋମାତାକୁ ବାହାରକୁ ଚାଲାଣ କରାଯାଉଛି । ତେବେ ବାଲେଶ୍ୱରରୁ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ବେଳେ 2ଟି ପିକଅପ ଭ୍ୟାନରେ ନିଆଁ ଲଗାଇଦେଲେ ଲୋକେ । ଭୋଗରାଇରୁ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ବେଳେ 3ଟି ଗାଡିକୁ କମର୍ଦ୍ଦା ଥାନା ଉଲୁଡା ତାରିଣୀ ଛକ ନିକଟରେ ସ୍ଥାନୀୟ ଲୋକେ ଅଟକାଇଥିଲେ । ତିନୋଟି ଗାଡିରେ ଅତି ଅମାନୁଷିକ ଭାବେ ଗୋରୁ ଚାଲାଣ କରାଯାଉଥିଲା । ତେବେ ସମସ୍ତ ଗାଡିରୁ ଗୋରୁଙ୍କୁ ଉଦ୍ଧାର ପରେ ଉତ୍ତ୍ୟକ୍ତ ଲୋକେ ଗାଡିରେ ନିଆଁ ଲଗାଇ ଦେଇଛନ୍ତି ।

Show More

Related Articles

Back to top button