ଦେଶ ବିଦେଶବାଣିଜ୍ୟ

ଅପ୍ରେଲ ୧ରୁ ମାସରୁ ବଦଳିଯିବ ଇନକମ ଟାକ୍ସର ଏହି ୫ଟି ନିୟମ

ଆସନ୍ତୁ ଜାଣିବା ରୋଜଗାର ଉପରେ ପଡିବ କିପରି ପ୍ରଭାବ

ଚଳିତ ଆର୍ଥିକ ବର୍ଷର ଶେଷ ମାସ ବର୍ତମାନ ଚାଲିଛି l ଅପ୍ରେଲ ମାସ ୧ ତାରିଖରୁ ନୂଆ ଆର୍ଥିକ ବର୍ଷରେ ଆଟିଆର (ITR ) , ଇପିଏଫ(EPF )ବ୍ୟତୀତ ଅଧିକାଂଶ ନିୟମ ବଦଳିବାକୁ ଯାଉଛି l ଯାହାର ସିଧା ପ୍ରଭାବ କରଦାତାଙ୍କ ଉପରେ ପଡିବ l ଚଳିତ ବର୍ଷ ବଜେଟରେ ଇନକମ ଟ୍ୟାକ୍ସର ନିୟମରେ ଅନେକ ପରିବର୍ତନ ହୋଇଛି l ଆସନ୍ତୁ ଜାଣିବା ପାଞ୍ଚଟି ବଦଳିଥିବା ନିୟମ ଯାହା ଆପଣଙ୍କୁ ପ୍ରଭାବିତ କରିବ l

ଅପ୍ରେଲ ୧ ତାରିଖ ୨୦୨୧ ରୁ ଇପିଏଫ(EPF ) ଉପରେ ୨.୫ ଲକ୍ଷ ତାଙ୍କ ପର୍ଯ୍ୟନ୍ତ ଟ୍ୟାକ୍ସରୁ ରିହାତି ମିଳିବ , କିନ୍ତୁ ଏହା ଉପରେ ଇନଭେଷ୍ଟମେଣ୍ଟର ସୁଧ ଉପରେ ଟ୍ୟାକ୍ସ ଲାଗିବ l ସରଳ ଭାଷାରେ ବୁଝିବାକୁ ହେଲେ ଯଦି ଆପଣ ୪ ଲକ୍ଷ ଟଙ୍କାର ଇନଭେଷ୍ଟମେଣ୍ଟ ଇପିଏଫ(EPF ) ରେ କରୁଛନ୍ତି ତେବେ ଆପଣଙ୍କୁ ଅତିରିକ୍ତ ୧ .୫୦ ଲକ୍ଷ ଟଙ୍କା ଭଳି ସୁଦ୍ଧା ମିଳିବ ଓ ତା ଉପରେ ଟ୍ୟାକ୍ସ ମିଳିବ l ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମନ କହିଥିଲେଯେ ଯେଉଁ ବ୍ୟକ୍ତିମାନେ ମାସକୁ ୨ ଲକ୍ଷ ଟଙ୍କାରୁ କମ ରୋଜଗାର କରୁଛନ୍ତି ସେମାନେ ପ୍ରଭାବିତ ହେବେନାହିଁ l

ଇନକମ ଟ୍ୟାକ୍ସ ରିଟର୍ନ ଫାଇଲ କରୁନଥିବା ବ୍ୟକ୍ତି ମାନଙ୍କ ଉପରେ ସରକାର କଡା ପଦକ୍ଷେପନେବେ l ଚଳିତ ବର୍ଷ ବଜେଟରେ ଇନକମ ଟ୍ୟାକ୍ସ ଅଧିନିୟମର ସେକ୍ସନ ୨୦୬ ଏବି ଓ ୨୦୬ ସିସିଏ ରେ ସ୍ୱତନ୍ତ୍ର ନିୟମ ଯୋଡାଯାଇଛି l ଏହି ନିୟମ ଅନୁସାରେ ଇନକମ ଟ୍ୟାକ୍ସ ରିଟର୍ନ କରୁନଥିବା ବ୍ୟକ୍ତି ମାନଙ୍କ ଉପରେ ଅଧିକ TDS କଟିବ l

ସୁପର ସିଟୀଜେନ ମାନଙ୍କୁ ଇନକମ ଟ୍ୟାକ୍ସ ରିଟର୍ନ କରିବା ଉପରେ ଛୁଟ ମିଳିଛି l ୭୫ ବର୍ଷରୁ ଅଧିକ ବୟସ୍କ ଲୋକମାନେ ଇନକମ ଟ୍ୟାକ୍ସ ରିଟର୍ନ କରିବେ ନାହିଁ l ଚଳିତ ବର୍ଷ ବଜେଟ ଅଧିବେଶନରେ ଅର୍ଥ ମନ୍ତ୍ରୀ ଏହା ଘୋଷଣା କରିଥିଲେ l କିନ୍ତୁ ଏହି ରିହାତି କେବଳ ସେହିମାନଙ୍କୁ ମିଳିବ ଯେଉଁମାନଙ୍କର ପେନଶନ ବ୍ୟତୀତ ଅନ୍ୟ ରୋଜଗାର ନାହିଁ l

କେନ୍ଦ୍ର ସରକାର ଚଳିତ ବର୍ଷ କର୍ମଚାରୀ ମାନଙ୍କୁ ସୁବିଧା ଦେଛନ୍ତି l ସ୍ୱତନ୍ତ୍ର କାର୍ଡ଼ଟା ମାନଙ୍କୁ ବର୍ତମାନ ପ୍ରି ଫାଇଲଡ ITR ଫର୍ମ ଉପଲବ୍ଧ କରାଯିବ l ଯାହାଦ୍ୱାରା ଟ୍ୟାକ୍ସ ଭରିବା ସହଜ ହେବ l

ସକାରୀ କର୍ମଚାରୀଙ୍କ ପାଇଁ ଚଳିତ ବର୍ଷ ବଜେଟରେ LTC କୁ ନେଇ ଘୋଷଣା କରାଯାଇଛି l କରୋନା କାରଣରୁ ଗତ ବର୍ଷ କର୍ମଚାରି ମାନେ LTC ର ସୁବିଧା ପାଇପାରିନଥିଲେ l ବର୍ତମାନ ସରକାର ଏହି ସୁବିଧାକୁ ଉପଲବ୍ଧ କରାଇବେ ଯାହା ଟ୍ୟାକ୍ସ ର ଅନ୍ତର୍ଗତ ହେବନାହିଁ l

Show More

Related Articles

Back to top button