ଦେଶଦେଶ ବିଦେଶମନୋରଞ୍ଜନସେଲିବ୍ରିଟି

ପାକିସ୍ତାନୀ କ୍ରିକେଟରଙ୍କ ପ୍ରେମରେ ଉବୁଟୁବୁ ଏହି ବଲିଉଡ ଅଭିନେତ୍ରୀ

ପୁଣି ଥରେ ଚର୍ଚ୍ଚାର ପରିସର ମଧ୍ୟକୁ ଆସିଛନ୍ତି ପାକିସ୍ତାନୀ କ୍ରିକେଟର ନାସିମ ଶାହା ଏବଂ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା । ନିକଟରେ ଏସିଆ କପରେ ପାକିସ୍ତାନ ଦଳର ଭାରତ ସହ ମ୍ୟାଚ୍ ଦେଖୁଥିବା ବେଳେ ଉର୍ବଶୀଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଦୁହେଁ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରିବାକୁ ନେଇ ଲାଇମଲାଇଟରେ ଅଛନ୍ତି ।

ନାସିମ ଏକ ସାକ୍ଷାତକାରରେ ଉର୍ବଶୀକୁ ଚିହ୍ନିନଥିବା ବୋଲି କହିଥିବାବେଳେ ବର୍ତ୍ତମାନ ନାସିମଙ୍କ ଇନଷ୍ଟାଗ୍ରାମ ଫଲୋଅର ତାଲିକାରେ କିଛି ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରଶଂସକମାନେ ବର୍ତ୍ତମାନ ଏହି ସ୍କ୍ରିନସଟ୍କ ସେୟାର କରି  ଉଭୟଙ୍କୁ ଖୁବ୍ ଜୋରରେ ଟ୍ରୋଲ କରୁଛନ୍ତି ।

ବାସ୍ତବରେ, ଉର୍ବଶୀଙ୍କ ଭିଡିଓ ସେୟାର କରିବା ସହିତ ଏହି ଚର୍ଚ୍ଚା ଆରମ୍ଭ ହୋଇଛି । ୪ ସେପ୍ଟେମ୍ବରରେ ଉର୍ବଶୀ ଇଣ୍ଡୋ-ପାକ୍ ମ୍ୟାଚ୍ ଦେଖିବାକୁ ଆସିଥିଲେ । ମ୍ୟାଚ୍ ପରେ ଉର୍ବଶୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ନାସିମଙ୍କ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ନାସିମ ହସୁଥିବା ଦେଖିବାକୁ ମିଳିଥିଲା । ଯେତେବେଳେ ଉର୍ବଶୀ ତାଙ୍କୁ ଦେଖି ଟିକେ ଲାଜେଇ ଯାଇଥିଲେ । ଭିଡିଓ ସେୟାର ହେବା ମାତ୍ରେ ସୋସିଆଲ ମିଡିଆରେ ମିମ ସବୁ ଦେଖୁଥିବା ନଜର ଆସିଥିଲା । ପୂର୍ବରୁ ଉର୍ବଶୀ ଏବଂ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ମଧ୍ୟରେ ସମ୍ପର୍କ ଥିବା ଖବର ଆସିଥିଲା । କିନ୍ତୁ ଉଭୟଙ୍କ ମଧ୍ୟରେ କିଛି ମତଭେଦ ଥିବା ଯାହା ଖୁବ ଚର୍ଚ୍ଚା ହେଉଥିଲା ।

Show More

Related Articles

Back to top button