ଦେଶ ବିଦେଶମୁଖ୍ୟ ଖବରରାଜନୀତି

ପୁଣି ରାଜସ୍ଥାନରେ ସରକାର ଗଠନ କରିବ କଂଗ୍ରେସ : କହିଲେ ଅଶୋକ ଗେହଲଟ

ଜୟପୁର: ପୁଣିଥରେ କଂଗ୍ରେସ ରାଜସ୍ଥାନରେ ସରକାର ଗଠନ କରିବ। ବିଗତ ଚାରି ବର୍ଷ ମଧ୍ୟରେ ରାଜ୍ୟରେ ହୋଇଥିବା ବିକାଶ ପାଇଁ ଲୋକେ ପୁଣି ‌ଥରେ କଂଗ୍ରେସ ଉପରେ ଭରଷା କରିବେ। ଏହା କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ସେ କହିଛନ୍ତି ଯେ କଂଗ୍ରେସକୁ ପୁଣି ଥରେ କ୍ଷମତାକୁ ଆଣିବା ପାଇଁ ଲୋକେ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ବିଜେପି ଚିନ୍ତାରେ ଅଛି। ଏହିପରିପ୍ରେକ୍ଷୀରେ ଶ୍ରୀ ଗେହଲଟ୍ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ବର୍ଷିଥିଲେ। ଯୋଧପୁରର ବିଜେପି ବୁଥ କର୍ମୀ ସମ୍ମିଳନୀରେ ଅମିତ ଶାହ ମି଼ଛ କହିଥିଲେ। କଂଗ୍ରେସକୁ ପୁଣିଥରେ କ୍ଷମତାରେ ବସାଇବାକୁ ଜନତାଙ୍କ ମୁଡ୍ ହୋଇଛି। ସେଥିପାଇଁ ବିଜେପି ଚିନ୍ତିତ ଥିବା ସେ କହିଛନ୍ତି। ରାଜସ୍ଥାନରେ ଚିରଞ୍ଜିବୀ ସ୍ୱାସ୍ଥ୍ୟ ବୀମା ଯୋଜନା ସହିତ ଅନେକ ଉତ୍କୃଷ୍ଟ ଧରଣର ଯୋଜନା ହୋଇଛି। ସବୁଠୁ ଅଧିକ ଲୋକପ୍ରିୟ ହୋଇଛି ଚିରଞ୍ଜିବୀ ସ୍ୱାସ୍ଥ୍ୟ ବୀମା ଯୋଜନା। ଯାହା ଅନ୍ୟ ରାଜ୍ୟରେ ଦେଖିବାକୁ ମିଳୁ ନାହିଁ। ଲୋକେ ପୁଣି ଥରେ କଂଗ୍ରେସ ସରକାରକୁ ପୁନରାବୃତ୍ତି କରିବାକୁ ଯାଉଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉପରେ ବର୍ଷି ଅଶୋକ ଗେହଲଟ୍ କହିଛନ୍ତି ଯେ, ୨୨୦୦୦ ଚାଷୀଙ୍କ ମଧ୍ୟରୁ ରାଜ୍ୟ ସରକାର ୧୪,୦୦୦ ଚାଷୀଙ୍କ ଋଣ ଛାଡ଼ କରିଛନ୍ତି। କିନ୍ତୁ ଗୃହମନ୍ତ୍ରୀ ଯୋଧପୁର ସଭାରେ ମିଥ୍ୟା କଥା କହିଥିଲେ। ସେ ବିନା ତଥ୍ୟରେ ମନ୍ତବ୍ୟ ରଖିଛନ୍ତି। ବିଜେପିକୁ କଟାକ୍ଷ କରି କହିଛନ୍ତି ଯେ, ଭାରତ ଯୋଡୋ ଯାତ୍ରାର ଲୋକପ୍ରିୟତା ଦେଖି ବିଜେପି ନେତାମାନେ ଚିନ୍ତିତ ଅଛନ୍ତି।

Show More

Related Articles

Back to top button