ଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

କଥା ଦେଇ କଥା ରଖିଲେ, ଅଟୋ ଡ୍ରାଇଭରଙ୍କ ଘରକୁ ଡିନର ପାଇଁ ଗଲେ କେଜ୍ରିୱାଲ

ଅହମ୍ମଦାବାଦ: କଥା ଦେଇ କଥା ରଖିଲେ ଅରବିନ୍ଦ କେଜ୍ରିୱାଲ। ଅଟୋ ଡ୍ରାଇଭରଙ୍କ ଘରକୁ ଡିନର ପାଇଁ ପ୍ରତିଶ୍ରୁତି ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଥା ରଖିଛନ୍ତି। ଆଜି ଅହମ୍ମଦାବାଦରେ ଜଣେ ଅଟୋ ଡ୍ରାଇଭରଙ୍କ ଘରକୁ ଡିନର ପାଇଁ ଯାଉଥିବା ବେଳେ ପୁଲିସ ସହ ଯୁକ୍ତି ତର୍କ ହୋଇଛି। ଆଜି ସନ୍ଧ୍ୟାରେ ଅହମ୍ମଦାବାଦରେ ଏକ ଅଟୋ ଯୋଗେ କେଜ୍ରିୱାଲ ଯାଉଥିବା ବେଳେ ତାଙ୍କୁ ବାଟରେ ପୁଲିସ ଅଟକାଇଥିଲା। ସୁରକ୍ଷା ପ୍ରସଙ୍ଗ କହି ପୁଲିସ ତାଙ୍କୁ ଅଟକାଇଥିବା ବେଳେ କେଜ୍ରିୱାଲଙ୍କ ସହ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ଏହି ସମୟରେ କେଜ୍ରିୱାଲ ଅହମ୍ମଦାବାଦ ପୁଲିସକୁ କହିଥିଲେ ଯେ, ମୋର ସୁରକ୍ଷା ଆବଶ୍ୟକ ନାହିଁ। ଆପଣ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଅନ୍ତୁ। ମୋର ଜନତାଙ୍କ ସହ ଯିବାର ଅଛି। ତାଙ୍କ ସହ ରହିବାର ଅଛି। ପୁଲିସ ସହ ଯୁକ୍ତିତର୍କ ବେଳର ଭିଡିଓ ଆପ ପକ୍ଷରୁ ଟ୍ୱିଟ୍‌ କରାଯାଇଛି।କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଏଥିପାଇଁ ଗୁଜରାଟ ଲୋକେ ଖୁସି ଅଛନ୍ତି। ଜନତାଙ୍କ ପାଖକୁ ଯିବାକୁ ମୋତେ ଆପଣ ଅଟକାଉଛନ୍ତି। ପ୍ରୋଟୋକଲ ବାହାନା କରି ନେତାମାନେ ଜନତାଙ୍କ ପାଖକୁ ଯାଉ ନାହାନ୍ତି। ଆପଣଙ୍କ ନେତାଙ୍କୁ କୁହନ୍ତୁ ପ୍ରୋଟୋକଲ ଭାଙ୍ଗି ଜନତାଙ୍କୁ ଭେଟିବେ। ଆମେ ଆପଣଙ୍କ ସୁରକ୍ଷା ଚାହୁଁ ନାହୁଁ।  ଆପଣ କାହିଁକି ଆମ ଉପରେ ଫୋକସ କରୁଛନ୍ତି । ଅନ୍ୟପଟେ ଜଣେ ପୁଲିସ ଅଫିସର କହୁଛନ୍ତି ଯେ, ଆପଣଙ୍କ ସୁରକ୍ଷା ପାଇଁ ସରକାରୀଭାବେ ଅବଗତ କରାଯାଇଛି। ତେବେ ଜବାବରେ କେଜ୍ରିୱାଲ କହିଛନ୍ତି ଯେ, ଅପାଣ ମୋତେ ଗିରଫ କରିବାକୁ ଚାହୁଁଛନ୍ତି। ଆପଣ ମୋତେ ଗିରଫ କରିପାରିବେନି। ଏହି ଘଟଣାକୁ ନେଇ ବିଜେପି କଡ଼ା ପ୍ରତିକ୍ରିୟା ରଖିଛି। ଦଳ କେଜ୍ରିୱାଲଙ୍କୁ ଏହି ଆଚରଣ ପାଇଁ କଡ଼ା ସମାଲୋଚନା କରିଛି। ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ଥିବାରୁ ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ଏଠାକୁ ଘନ ଘନ ଗସ୍ତ କରୁଛନ୍ତି। ଆଜି ଅହମ୍ମଦାବାଦରେ କେଜ୍ରିୱାଲ ଅଟୋ ଡ୍ରାଇଭରଙ୍କ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ଜଣେ ଅଟୋ ଡ୍ରାଇଭର କେଜ୍ରିୱାଲଙ୍କୁ ତାଙ୍କ ଘରକୁ ଡିନର ପାଇଁ ନିମନ୍ତ୍ରଣ କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କ ନିମନ୍ତ୍ରଣକୁ ହଁ କରିଥିଲେ କେଜ୍ରିୱାଲ। ଅଟୋ ଡ୍ରାଭର ଜଣକ କେଜ୍ରିୱାଲଙ୍କ ବଡ଼ ଫ୍ୟାନ ବୋଲି ସେ କହିଥିଲେ।

Show More

Related Articles

Back to top button